Odisha Link
Bridging the Missing Links in Odisha

ପରଦାକୁ ଆସିଲା ସଲମାନ ଖାନ୍‌ଙ୍କ ଅଭିନୀତ ‘ଦବଙ୍ଗ-୩’

ମୁମ୍ବାଇ: ଆଜି ମୁକ୍ତିଲାଭ କରିଛି ଏ ବର୍ଷର ବହୁ ପ୍ରତୀକ୍ଷିତ ସିନେମା ‘ଦବଙ୍ଗ-୩’। ଏଥିରେ ଦର୍ଶକ ପୁଣି ଥରେ ସଲମାନ ଖାନ୍‌ଙ୍କୁ ଦେଖିବାକୁ ପାଇବେ ଚୁଲବୁଲ ପାଣ୍ଡେ ଚରିତ୍ରରେ। ‘ଦବଙ୍ଗ-୩’ରେ ସଲମାନଙ୍କ ସହ ସୋନାକ୍ଷୀ ସିହ୍ନା, ସାଇ ମଞ୍ଜରେକର୍, ଅରବାଜ୍ ଖାନ୍ ଓ ସୁଦୀପ ମୁଖ୍ୟ ଭୂମିକାରେ ଅଛନ୍ତି। ‘ଦବଙ୍ଗ-୩’ ଏକ ଆକସନ୍ ଫିଲ୍ମ। ଏହି ସିନେମାର ପ୍ରଯୋଜନା ସଲମାନ୍ ଖାନ୍, ଅରବାଜ୍ ଖାନ୍ ଏବଂ ନିଖିଲ ଦ୍ବିବେଦୀ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁ ଦେବା। ସାଜିଦ୍-ୱାଜିଦ୍ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ। ଫିଲ୍ମ ରିଲିଜ୍‌ ପୂର୍ବରୁ ଫିଲ୍ମର ମୁନ୍ନା ବଦନାମ୍ ହୁ୍ଆ… ଗୀତଟି ବେଶ୍ ଲୋକପ୍ରିୟ ହୋଇଛି। ‘ଦବଙ୍ଗ-୩’ ହିନ୍ଦୀ, ତାମିଲ୍, ତେଲ୍ଗୁ ଓ କନ୍ନଡ ଭାଷାରେ ରିଲିଜ୍ ହେଉଛି।ଏହାର ବିତରଣ ଦାୟିତ୍ବରେ ଅଛନ୍ତି ସଲମାନ୍ ଖାନ୍ ଫିଲ୍ମସ୍ ଓ ୟଶରାଜ୍ ଫିଲ୍ମସ୍। ‘ଦବଙ୍ଗ’ ଓ ‘ଦବଙ୍ଗ୨’ ଭଳି ସଲମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ତୃତୀୟ ସଂସ୍କରଣ ‘ଦବଙ୍ଗ-୩’ ବି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି।

Comments are closed.