Odisha Link
Bridging the Missing Links in Odisha

ରଣଜୀ ମ୍ୟାଚ: ସର୍ଭିସେସ୍‌ ବିପକ୍ଷରେ ଓଡ଼ିଶାର ଇନିଂସ ବିଜୟ

ଭୁବନେଶ୍ବର: ଚଳିତ ରଣଜୀ ସିଜିନରେ ଓଡ଼ିଶା ଦଳର ଚମତ୍କାର ପ୍ରଦର୍ଶନ। ଓଡ଼ିଶା ଦଳ ତାର ଦ୍ବିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି। ଓଡ଼ିଶାର ଇନିଂସ ବିଜୟ ହୋଇଛି। ସର୍ଭିସେସକୁ ଏକ ଇନିଂସ ଓ ୩୧ ରନରେ ହରାଇଛି ଓଡ଼ିଶା। ଇନିଂସ ବିଜୟ ପାଇଁ ଓଡ଼ିଶାକୁ ୭ପଏଣ୍ଟ ମିଳିଛି। ପ୍ରଥମ ଇନିଂସରେ ଓଡ଼ିଶା ୫୪୦ରନ୍ କରିଥିଲା। ସର୍ଭିସେସ୍ ୨୭୧ ଓ ୨୩୮ରନରେ ଅଲଆଉଟ ହୋଇଛି। ଇନିଂସରେ ବସନ୍ତ ମହାନ୍ତିଙ୍କୁ ୬ ଓ ରାଜେଶ ମହାନ୍ତିଙ୍କୁ ୩ଟି ୱିକେଟ ମିଳିଛି। ପ୍ରଥମ ମ୍ୟାଚରେ ଛତିଶଗଡ଼ ବିପକ୍ଷରେ ମଧ୍ୟ ଇନିଂସ ବିଜୟ କରିଥିଲା ଓଡ଼ିଶା।

Comments are closed.