Odisha Link
Bridging the Missing Links in Odisha

ମଲ୍‌ ବୁଲିଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଭୁବନେଶ୍ବର: ବାରବାଟୀ ହାଇଭୋଲଟେଜ ମ୍ୟାଚ ପୂର୍ବରୁ ମଲ ବୁଲିବାର ମଜା ନେଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି। ରସୁଲଗଡସ୍ଥିତ ଏସପ୍ଲାନେଡ ମଲରେ ସପିଂ କରିଛନ୍ତି। ଏହା ସହିତ ସେମାନେ ଅନ୍ୟ ଗ୍ରାହକମାନଙ୍କ ସହ ସେଲଫି ଉଠାଇଥିବା ଦେଖିବାକୁ ମିଳିଛି। ଖେଳାଳିମାନେ ସପିଂ କରିବାକୁ ଆସିଥିବା ଖବର ପାଇ ସେମାନଙ୍କୁ ଦେଖିବାକୁ ଏସପ୍ଲାନେଡ ମଲରେ ଭିଡ ଜମିଥିଲା। ଆଜି ଦୁଇ ଦେଶର ଖେଳାଳି ବାରବାଟୀରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଶେଷ ମୁହୂର୍ତରେ ଅଭ୍ୟାସ ବାତିଲ ହେବା ପରେ ହୋଟେଲରେ ବିଶ୍ରାମ ନେଉଥିବା ୱେଷ୍ଟଇଣ୍ଡିଜର ଖେଳାଳି ସହର ବୁଲିବା ସହିତ ଜିନିଷପତ୍ର କିଣିବାକୁ ବାହାରିଥିଲେ।

Comments are closed.