Odisha Link
Bridging the Missing Links in Odisha

ନିର୍ବାଚନୀ ମୈଦାନରେ ଷ୍ଟାର ପ୍ରଚାରକଙ୍କ ଭିଡ଼; ୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ବିଜେପି ପକ୍ଷରୁ ପୂର୍ବରୁ ପ୍ରକାଶ ପାଇଥିବା ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ପରିବର୍ତ୍ତନ କରାଯାଇ ହେମା ମାଳିନୀଙ୍କୁ ସ୍ଥାନ ଦିଆଯାଇଥିଲା।

ଏହା ପରେ ସେ ଓଡ଼ିଶା ଆସି ପ୍ରଚାର କରିବେ କି ନାହିଁ ଦ୍ଵନ୍ଦ୍ଵ ସୃଷ୍ଟି ହେଉଥିବାବେଳେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସ୍ପଷ୍ଟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ। ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ। ଉତ୍ତର ଭୁବନେଶ୍ବର, କିଶନ ନଗର, ପିପିଲି ସଭାରେ ହେମା ମାଳିନୀ ଯୋଗ ଦେବା ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.