ବିଧାନସଭା ପରିଦର୍ଶନ କଲେ ତୁଳସୀ ମହାବିଦ୍ୟାଳୟ ଛାତ୍ରୀ

ଭୁବନେଶ୍ବର: ଆଜି ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ବିଜ୍ଞାନ ଛାତ୍ରୀମାନେ ଓଡ଼ିଶା ବିଧାନସଭାକୁ ଅଧ୍ୟୟନ ପରିଦର୍ଶନରେ ଆସି ବିଧାନସୌଧ, ବିଧାନସଭା ଗୃହ, ଗ୍ରନ୍ଥାଗାର ଆଦି ବୁଲି ଦେଖିଛନ୍ତି। ସଂପୃକ୍ତ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ରଞ୍ଜିତ ରଞ୍ଜନ ସାହୁଙ୍କ ନେତୃତ୍ବରେ ଆସିଥିବା ୫୦ ଜଣ ଛାତ୍ରୀ ବିଧାନସଭାର ବିଧିବ୍ୟବସ୍ଥା ଓ କାର୍ଯ୍ୟପ୍ରଣାଳି ସଂପର୍କରେ ପଚାରି ବୁଝିଥିଲେ। ଛାତ୍ରୀମାନଙ୍କ ସହିତ ମଧ୍ୟାପିକା ମମତା ସାହୁ, ଗାୟତ୍ରୀ ନାୟକ ଓ ଅଧ୍ୟାପକ ରାମଚନ୍ଦ୍ର ସୁଆର ମଧ୍ୟ ଏହି ପରିଦର୍ଶନରେ ସାମିଲ ଥିଲେ। ବିଧାନସଭାର ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଦାସ ଛାତ୍ରୀମାନଙ୍କୁ ଏହି ପରିଦର୍ଶନରେ ସହଯୋଗ କରିଥିଲେ।