Odisha Link
Bridging the Missing Links in Odisha

ରିଲାଏନ୍ସ ଜୁଏଲସ୍ ପକ୍ଷରୁ ବ୍ରହ୍ମପୁରରେ ଫ୍ଲାଗସିପ ସୋ’ରୁମ୍ ଉଦଘାଟିତ

ବ୍ରହ୍ମପୁର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲସ ପକ୍ଷରୁ ବ୍ରହ୍ମପୁରରେ ଏହାର ଫ୍ଲାଗସିପ ସୋ’ ରୁମକୁ ଉଦଘାଟନ କରାଯାଇଛି । ବ୍ରହ୍ମପୁରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଲୋକପ୍ରିୟ ସପିଙ୍ଗ ସ୍ଥଳ ବଡ଼ ବଜାରରେ ଏହି ଆକର୍ଷଣୀୟ ନୂଆ ସୋ’ରୁମ ଖୋଲାଯାଇଛି । ଏହି ନୂତନ ସୋ’ରୁମର ଶୁଭାରମ୍ଭ ସହିତ ଓଡ଼ିଶାରେ ରିଲାଏନ୍ସ ଜୁଏଲସର ସୋ’ରୁମ ସଂଖ୍ୟା ୬ରେ ପହଞ୍ଚିଛି ଯେଉଁଗୁଡ଼ିକ ଭୁବନେଶ୍ୱର, କଟକ, ରାଉରକେଲା, ଅନୁଗୁଳ ଓ ବ୍ରହ୍ମପୁର ଭଳି ସହରରେ ରହିଛି । ବର୍ତମାନ, ରିଲାଏନ୍ସ ଜୁଏଲସର ଉପସ୍ଥିତି ଭାରତରେ ୧୦୦ରୁ ଅଧିକ ସହରରେ ସ୍ୱତନ୍ତ୍ର ଏବଂ ସପ ଇନ ସପ ଫର୍ମାଟ ସମେତ ୨୦୦ରୁ ଅଧିକ ଷ୍ଟୋର ଜରିଆରେ ରହିଛି । ବିବାହ ଋତୁ ଆସିଯାଇଥିବା ବେଳେ ରିଲାଏନ୍ସ ଜୁଏଲସରେ ସୁନା, ହୀରା, ସୋଲିଟାୟାର, କୁନ୍ଦନ ଏବଂ ପର୍ଲ ଆଦିର ନିତିଦିନିଆ ଗହଣା ଠାରୁ ଆରମ୍ଭ କରି ଭାରି ନବବଧୂ ସମ୍ଭାର ପର୍ଯ୍ୟନ୍ତ ବ୍ୟାପକ ବର୍ଗର ପାରମ୍ପରିକ ଓ ସମସାମୟିକ ଗହଣା ସମ୍ଭାର ସପିଙ୍ଗ ପାଇଁ ରହିଛି ।କମ୍ଫାନୀର ନୂଆ ହାତ ତିଆରି କାରିଗରୀରେ ପ୍ରସ୍ତୁତ “ଅତୁଲ୍ୟ’ ଗହଣା ସମ୍ଭାରରେ ୨୨ କ୍ୟାରେଟ ସୁନାର ନେକଲେସ ସେଟ ଆଂଟିକ ଓ କଲକତି ଫିନିସ ସହ ୧୮ କ୍ୟାରେଟ ସୁନା ଓ ହୀରା ଖଚିତ ସେଟ ରହିଛି, ଯାହା ନବବଧୂମାନଙ୍କ ପାଇଁ ବେଶ ପ୍ରଯୁର୍ଯ୍ୟ । ଏହି ସମ୍ଭାରରେ ରହିଛି ଚୋକରସ, ଛୋଟ ଓ ଲମ୍ବା ଷ୍ଟାଇଲର ନେକଲେସ ଯାହା ନିଶ୍ଚିତ ରୂପେ ଯେକେଣସି ପ୍ରକାର ପରିଧାନରେ ଗ୍ଲାମର ଓ ଷ୍ଟାଇଲଯୋଡ଼ିପାରିବ ।

ଏହି ଉତ୍ସାହକୁ ଆଗକୁ ବଢ଼ାଇ, ରିଲାଏନ୍ସ ଜୁଏଲସ ପକ୍ଷରୁ ଏହି ନୂତନ ସୋ’ରୁମର ଗ୍ରାହକଙ୍କ ପାଇଁ ନୂଆ ଆକର୍ଷଣୀୟ ଉଦ୍ଘାଟନୀ ଅଫର ପ୍ରସ୍ତୁତ କରାଯାଇଛି । ସ୍ୱତନ୍ତ୍ର ଉଦଘାଟନୀ ଅଫରରେ ଗ୍ରାହକମାନେ ସୁନା ଗହଣା ଗଢ଼ା ମୂଲ୍ୟ ଉପରେ ଫ୍ଲାଟ ୨୫% ଓ ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବା ସହିତ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ୧୦୦ ଜଣ ଗ୍ରାହକ ମାଗଣା ସୁନା କଏନ ହାସଲ କରିପାରିବେ । ଗ୍ରାହକମାନେ ମଧ୍ୟ ଏଚ୍ଡିଏଫ୍ସି ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ୧୦% ରିହାତି ପାଇପାରିବେ ।
ବ୍ରହ୍ମପୁରରେ ଏହି ନୂତନ ସୋ’ରୁମ ଉଦଘାଟନ ହୋଇଥିବାରୁ ନିଜ ଉତ୍ସାହକୁ ପରିପ୍ରକାଶ କରି ରିଲାଏନ୍ସ ଜୁଏଲସର ପ୍ରବକ୍ତା କହିଛନ୍ତି ଯେ, ବ୍ରହ୍ମପୁରରେ ଆମର ନୂତନ ସୋ’ରୁମ ସହିତ ଓଡ଼ିଶାରେ ଆମେ ଆମର ଉପସ୍ଥିତିକୁ ସଂପ୍ରସାରିତ କରିଥିବାରୁ ଉଲ୍ଲସିତ। ସାରା ଭାରତରେ ଆମର ଗ୍ରାହକଙ୍କ ଜବରଦସ୍ତ ସମର୍ଥନ ଆମକୁ ଏହି ବିଶ୍ୱାସ ଦେଇଛି ଯେ ଆମର ଆକର୍ଷଣୀୟ ସମ୍ଭାର, ମୂଲ୍ୟ, ଗୁଣବତା ଏବଂ ଶୁଦ୍ଧତାର ପ୍ରତିବଦ୍ଧତା ବ୍ରହ୍ମପୁରରେ ଆମ ଗ୍ରାହକଙ୍କ ଗହଣା ସପିଙ୍ଗରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବ।


ଦ୍ରୁତ ସଂପ୍ରସାରଣ ଯୋଜନା ସହିତ, ରିଲାଏନ୍ସ ଜୁଏଲସ ଗ୍ରାହକମାନଙ୍କୁ କେବଳ ଆକର୍ଷଣୀୟ ସମ୍ଭାର ନୁହେଁ ବରଂ ଗହଣା ସଂପର୍କିତ ସବୁ ପ୍ରକାର ସେବା ପ୍ରଦାନ କରିବ। ନୂତନ ପ୍ରଯୁକ୍ତି ସହିତ ଏହି ଆଧୁନିକ ସୋ’ରୁମ ଗ୍ରାହକଙ୍କୁ ସାମଗ୍ରିକ ସେବା ପ୍ରଦାନ କରି ଏକ ନିଆରା ଗହଣା ସପିଙ୍ଗ ଅନୁଭୂତି ପ୍ରଦାନ କରିବ । ରିଲାଏନ୍ସ ଜୁଏଲସର ଗ୍ରାହକ ସଂପର୍କର ଅଂଶ ସ୍ୱରୂପ ଗ୍ରାହକମାନେ ଗୋଲଡେନ ଷ୍ଟେପ ପ୍ଲାନକୁ ହାସଲ କରିପାରିବେ, ଯାହା ଜରିଆରେ ଗ୍ରାହକମାନେ ପ୍ରତି ମାସରେ ସ୍ୱଳ୍ପ କିସ୍ତି ପ୍ରଦାନ କରି ଗହଣା କିଣିପାରିବେ ଏବଂ ପ୍ଲାନ୍ ଶେଷରେ ପ୍ରଥମ ମାସ କିସ୍ତିର ୩୫୦% ଆୟ କରିପାରିବେ । ମାସିକ କିସ୍ତିକୁ ଡେବିଟକ୍ରେଡିଟ କାର୍ଡ, ଦେୟ ତାରିଖ ପୂର୍ବରୁ ପିଡିସି କିମ୍ବା ଇସିଏସ ଜରିଆରେ ଦେଇପାରିବେ । ଗ୍ରାହକମାନେ ରିଲାଏନ୍ସ ଜୁଏଲସର ୱେବସାଇଟରେ ସେମାନଙ୍କ ପେମେଂଟ ବିବରଣୀକୁ ଦେଖିପାରିବେ । ଏଥି ସହିତ ବିନା ମୂଲ୍ୟରେ ସୁନା ଶୁଦ୍ଧତାର ଯାଂଚ ଓ ଗହଣା ସଫା କରିବା ଭଳି ସେବା ମଧ୍ୟ ପ୍ରଦାନ କରାଯାଉଛି ।

Comments are closed.