Odisha Link
Bridging the Missing Links in Odisha

ମମତାଙ୍କ ଗଣ ମତ ମନ୍ତବ୍ୟକୁ ଟାର୍ଗେଟ କଲେ ଜାଭଡ଼େକର, କହିଲେ ୧୩୦…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିକ୍ଷୋଭକାରୀ। ପଶ୍ଚିମବଙ୍ଗରେ ମଧ୍ୟ ଏହି ବିକ୍ଷୋଭର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିକ୍ଷୋଭ ବେଳେ ଦେଇଥିବା ମନ୍ତ୍ୟବକୁ ନେଇ ବିବାଦ। ଜାତିସଂଘ ତତ୍ତ୍ୱାବଧାନରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ନ୍ୟସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ ବା ଜାତୀୟ ନାଗରିକ ସଂହିତା (ଏନ୍‌ଆରସି)ର ‘ରେଫରେଣ୍ଡମ୍‌’ ବା ଗଣମତ ନେଇ ମମତାଙ୍କ ମନ୍ତବ୍ୟ ଏବେ ବିବାଦରେ। ଏହାକୁ ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, ଏହା ୧୩୦ କୋଟି ଭାରତୀୟ ନାଗରିକଙ୍କୁ ଅପମାନ ଏବଂ ମମତା ଏଥିପାଇଁ କ୍ଷମା ମାଗିବା ଦରକାର।

ସେ କହିଛନ୍ତି, ମୁଁ ମମତାଙ୍କ ଜନମତ ମନ୍ତବ୍ୟ ନେଇ ଆଶ୍ଚର୍ଯ୍ୟ ହେଉଛି। ଏହି ବିଲ୍‌ ସଂସଦର ଉଭୟ ଗୃହରେ ବିତର୍କ ପରେ ମଞ୍ଜୁର ହୋଇଛି। ତେଣୁ ଏହାପରେ ମମତାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଜାଭଡ଼େକର ଆହୁରି ମଧ୍ୟ କହିଛନ୍ତି, ଲୋକେ ସିଏଏକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। କାରଣ ଏହା କେବଳ ବାଂଲାଦେଶ, ଆଫଗାନିସ୍ତାନ ଏବଂ ପାକିସ୍ତାନର ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା ଉଦ୍ଦିଷ୍ଟ। ସେ ଗତ କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗରେ ମତ ରଖିଥିଲେ।

Comments are closed.