Odisha Link
Bridging the Missing Links in Odisha

‘ପଙ୍ଗା’ର ନୂଆ ପୋଷ୍ଟର ରିଲିଜ୍

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ର ନୂଆ ପୋଷ୍ଟର ଆଜି ସାମ୍ନାକୁ ଆସିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିବା ସହ ଚଳଚ୍ଚିତ୍ର ସମ୍ବନ୍ଧୀୟ ଜରୁରୀ ସୂଚନା ପ୍ରଦାନ କରିଛନ୍ତି। ପୋଷ୍ଟରରେ କଙ୍ଗନା ଏକ ଛୋଟ ପିଲା, ନୀନା ଗୁପ୍ତା ଓ ଜସୀ ଗିଲ୍‍ଙ୍କ ସହ ବସିଥିବା ଦେଖିବାକୁ ମିଳିଛି। ଏହାର କ୍ୟାପ୍‌ସନ୍‌ରେ ଲେଖା ହୋଇଛି, ‘ଯିଏ ସ୍ୱପ୍ନ ଦେଖନ୍ତି ସେ ପଙ୍ଗା ନିଅନ୍ତି’। ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଅଶ୍ୱିନୀ ଆୟର ତିୱାରୀ ବହନ କରିଛନ୍ତି। ପୋଷ୍ଟରରେ ଜସୀ ଗିଲ୍‍ ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି। ‘ପଙ୍ଗା’ର ଟ୍ରେଲର ୨୩ ଡିସେମ୍ବରରେ ରିଲିଜ୍‍ ହେବାକୁ ଥିଲା ବେଳେ ୨୪ ଜାନୁଆରୀରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।

kangna

Comments are closed.