କର୍ମକ୍ଷେତ୍ରରେ ନିର୍ଯାତନାକୁ ନେଇ ସନ୍ନିଙ୍କ ଭିଡିଓ

ମୁମ୍ବାଇ: କର୍ମକ୍ଷେତ୍ରରେ ଶୋଷଣ ଘଟଣା ବହୁତ କଷ୍ଟ ଦେଇଥାଏ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଏସବୁକୁ ନେଇ ଚୁପ୍ ରହିବା ବରଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଏଭଳି କିଛି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ। ଏନେଇ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ‘ୱାର୍କପ୍ଲେସ୍ ଶୋଷଣକୁ ସାମ୍ନା କରିବା ଆମ୍ଭମାନଙ୍କ ପାଇଁ ବହୁତ୍ ମୁସ୍କିଲ୍ ହୋଇଥାଏ। ହେଲେ ଆପଣ ଚୁପ୍ ରହିବା ଉଚିତ୍ ନୁହେଁ। ଆପଣ ନିଜ ପାଇଁ ଏକ ସର୍ପୋଟିଭ୍ ବସ୍ ଖୋଜିବା ଆବଶ୍ୟକ।’
https://www.instagram.com/tv/B6PjmH7h0Zf/?utm_source=ig_web_copy_link
ସନ୍ନି ପୋଷ୍ଟ କରିଥିବା ଭିଡିଓ ଅନୁସାରେ, ଉପରିସ୍ଥ ଅଧିକାରୀଙ୍କ ଶୋଷଣର ଶିକାର ହେଉଥିବା ଜଣେ ଯୁବତୀ ଅନ୍ୟ ଜଣେ ବସ୍ଙ୍କ ସହାୟତା ନେଇ କିପରି ସମସ୍ୟାର ସମାଧାନ କଲେ ଏବଂ ନିଜର ସ୍ଥିତିକୁ ସୁରକ୍ଷିତ କଲେ ତାହା ଦର୍ଶାଯାଇଛି। ତାଙ୍କ ମତରେ ଯଦି କେହି ଶୋଷଣ କରିବା ପାଇଁ ତାର କ୍ଷମତା ଓ ପଦର ଦୁରୁପଯୋଗ କରୁଛି, ତେବେ ଏହି ଶୋଷଣର ଶିକାର ହେଉଥିବା ମହିଳା ଘଟଣାରେ ଚୁପ୍ ନ ରହି ଉପରିସ୍ଥ କର୍ମଚାରୀ କିମ୍ବା ସହକର୍ମୀଙ୍କ ସହ ଆଲୋଚନା କରିବା ଆବଶ୍ୟକ।
ସନ୍ନି ତାଙ୍କର ଆଗାମୀ ୱେବ୍ ସିରିଜ୍ ‘ରାଗିଣୀ ଏମ୍ଏମ୍ଏସ୍ ରିଟର୍ଣ୍ଣସ୍ ସିଜନ୍ ୨’ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହା ଏକ ଭୟାନକ କାହାଣୀ। ସନ୍ନି ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ ୨’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାଛଡ଼ା ସେ ଅନେକ ଗୀତରେ ଅଭିନୟ କରିଥିବା ମଧ୍ୟ ନଜର ଆସିଛନ୍ତି। ଖୁବ୍ଶୀଘ୍ର ତାଙ୍କୁ ହରର୍ କମେଡି ଫିଲ୍ମ, ‘କୋକୋକୋଲା’, ‘ରଙ୍ଗୀଲା’ ଭଳି ଫିଲ୍ମରେ ଦେଖିବାକୁ ମିଳିବ।