ଆଗକୁ ଇଂରାଜୀ ନବବର୍ଷ, ରାଜଧାନୀରେ ବାଂଲାଦେଶୀ ଯୁବତୀ

ଭୁବନେଶ୍ବର: ଆଉ କିଛିଦିନ ପରେ ସାରା ବିଶ୍ବ ପାଳନ କରିବ ଇଂରାଜୀ ନବବର୍ଷ। ଏସମୟରେ ରାଜଧାନୀରେ ଦେଖିବାକୁ ମିଳୁଛନ୍ତି ବାଂଲାଦେଶୀ ରୂପଜୀବୀ। ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣିବା ପଛରେ ଅଛନ୍ତି ଲେଡି ଦଲାଲ। ଅଫିସରେ କାମ ଦେବାକୁ କହି ଆଣିବା ପରେ ଏଠି ସେକ୍ସ୍ ବିଜନେସ୍ରେ ଲଗାଉଛନ୍ତି।
ନୂଆବର୍ଷ ଆସୁଥିବାରୁ ରାଜଧାନୀରେ ଦେହ ବଜାର କାରବାର ଜୋର ଧରିଥିବା ବେଳେ ୨୦ରୁ ଅଧିକ ବାଂଲାଦେଶୀ ଯୁବତୀ ଭୁବନେଶ୍ୱରରେ ରହି କାରବାର କରୁଛନ୍ତି। ଏଠାରେ ଫେକ୍ ଆଧାର କାର୍ଡ କରି ସେମାନଙ୍କୁ ବଡ ବଡ ହୋଟେଲକୁ ଗ୍ରାହକ ମାନଙ୍କ ପାଖକୁ ଛାଡୁଛନ୍ତି ଦଲାଲ। ଗୋଟିଏ ରାତିକୁ ୧୫ ହଜାର ଟଙ୍କା ନେଉଛନ୍ତି ଏହି ବାଂଲାଦେଶୀ ରୂପଜୀବୀ। ଗତକାଲି ଜଣେ ବାଂଲାଦେଶୀ ରୂପଜୀବୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।