କମିସନରଙ୍କୁ ପ୍ରଶ୍ନ କଲେ ବିଜେଡି ମୁଖାପାତ୍ର ଲେନିନ ମହାନ୍ତି, କହିଲେ..

ଭୁବନେଶ୍ବର: ଗତକାଲି କମିସନରେଟ ପୁଲିସ ଏସପିଓ ନିଯୁକ୍ତି ଦେଇଥିଲେ। ଆଜି ଏହାକୁ ନେଇ ପ୍ରଶ୍ନ ଉଠାିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ମହିଳାଙ୍କ ସୁରକ୍ଷା ନେଇ କେବଳ ମହିଳାଙ୍କୁ ଏସପିଓ ନିଯୁକ୍ତି ନେଇ ଆଜି ପ୍ରଶ୍ନ କରିଛନ୍ତି ଲେନିନ। ସେ ଏନେଇ ଆଜି କକମିସନରଙ୍କୁ ଏକ ମେସେଜ କରିଛନ୍ତି। ସେ ସେହି ମେସେଜରେ ସମାନତାର କଥା କୁହାଯାଉଥିବା ବେଳେ କାହିଁକି କେବଳ ଯୁବତୀଙ୍କୁ ନିଯୁକ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ସ୍ୱାମୀ ରୋଷେଇ କରିବା ପ୍ରସଙ୍ଗକୁ ନେଇ ମଧ୍ୟ ବିଜେଡି ମୁଖପାତ୍ର ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି କମିସନରେଟ ପୁଲିସର ପ୍ରତିଷ୍ଠା ଦିବସ ଅବସରରେ ମହିଳାଙ୍କ ସୁରକ୍ଷା ପାଇଁ ଏସପିଓ ୟୁନିଟର ଶୁଭାରମ୍ଭ କରାଯାଇଥିଲା। ଟ୍ୱିନି ସିଟିରେ ମହିଳାଙ୍କୁ ସୁରକ୍ଷା ପାଇଁ ୨୪୬ ଜଣ ଝିଅଙ୍କୁ ସ୍ୱତନ୍ତ୍ର ପୋଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି ଦିଆଯାଇଥିଲା। ଏପରିକି ଆବଶ୍ୟକ ପଡ଼ିଲେ ସେମାନେ ଜଣକୁ ଗିରଫ ମଧ୍ୟ କରିପାରିବେ। ସାମିୟକ ଭାବେ ୩ ମାସ ପାଇଁ ଏହି ନିଯୁକ୍ତି ଦିଆଯାଇଛି।
ସେହିପରି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଏକ ମନ୍ତବ୍ୟ ଥିଲେ। ସବୁବେଳେ ସ୍ତ୍ରୀ ହିଁ ରୋଷେଇ କରିବ ବୋଲି ସେମିତି କିଛି ନାହିଁ। ବରଂ ସ୍ୱାମୀମାନେ ମଧ୍ୟ ରେଷେଇ ଶିଖିବା ଦରକାର ବୋଲି କହିଥିଲେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗ। ସ୍ତ୍ରୀ ଯେତିକି ପରିଶ୍ରମ କରି ରୋଷେଇ କରୁଛି, ସ୍ୱାମୀ ମଧ୍ୟ ସେତିକି ପରିଶ୍ରମ କରି ରୋଷେଇ କାମ ତୁଲାଇବା ଦରକାର। ଯେଉଁ ପୁରୁଷମାନେ ରୋଷେଇ ନ ଶିଖିଥିବେ ସେମାନଙ୍କୁ ବିବାହ କରିବା କଥା ନୁହେଁ ବୋଲି କହିଥିଲେ ପୋଲିସ କମିଶନର । ଯାହାକୁ ନେଇ ବିଜେଡି ମୁଖପାତ୍ର ପ୍ରଶ୍ନ ଉଠାଇଛନ୍ତି।