Odisha Link
Bridging the Missing Links in Odisha

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାଂସ୍କୃତିକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଲୋକସେବା ଭବନ ପରିସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ଶିବିର ରାଜ୍ୟ ରକ୍ତ ସଂଚାରଣ ପରିଷଦ ଓ କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ ରକ୍ତଭଣ୍ଡାରର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ୧୩୨ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ନୂତନ ଭାବେ ଯୋଗଦେଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉଦ୍‌ଘାଟନ କରିଥିବାବେଳେ ବିଦାୟୀ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଉପସ୍ଥିତ ଥିଲେ ।

ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ କ୍ୟା ପିଟାଲ୍‌ ହସ୍‌ ପିଟାଲ୍‌ର ରକ୍ତଭଣ୍ଡାର ଅଧିକାରୀ ଦେବାଶିଷ ମିଶ୍ର ପରିଚାଳନା କରିଥିବାବେଳେ, ରାଜ୍ୟ ରକ୍ତ ସଂଚାରଣ ପରିଷଦର ସହ-ନିର୍ଦ୍ଦେଶକ ସ୍ୱରୂପ କୁମାର ଦାସ ସହାୟତା କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାଂସ୍କୃତିକ ସଂଘର ସଭାପତି ନିରଞ୍ଜନ ପଣ୍ଡା ଓ ସଂପାଦକ ରଶ୍ମିରଞ୍ଜନ ରଣାଙ୍କ ଉଦ୍ୟମରେ ଶିବିର ଆୟୋଜନ ସଫଳ ହୋଇଥିଲା ।

Comments are closed.