Odisha Link
Bridging the Missing Links in Odisha

ଦେଇଥିବା ମନ୍ତବ୍ୟର ସ୍ପଷ୍ଟତା ରଖିଲେ ସୁଧାଂଶୁ ଷ‌ଡଙ୍ଗୀ, କହିଲେ..

ଭୁବନେଶ୍ବର: ଗତକାଲି କମିସନରେଟ ପୁଲିସ ଏସପିଓ ନିଯୁକ୍ତି ଦେଇଥିଲେ। ଆଜି ଏହାକୁ ନେଇ ପ୍ରଶ୍ନ ଉଠାିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ସେ ସମାନତାର କଥା କୁହାଯାଉଥିବା ବେଳେ କାହିଁକି କେବଳ ଯୁବତୀଙ୍କୁ ନିଯୁକ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ସ୍ୱାମୀ ରୋଷେଇ କରିବା ପ୍ରସଙ୍ଗକୁ ନେଇ ମଧ୍ୟ ବିଜେଡି ମୁଖପାତ୍ର ପ୍ରଶ୍ନ କରିଥିଲେ।

ମୁଖପାତ୍ରଙ୍କ ପ୍ରଶ୍ନ ପରେ ନିଜର ମତ ସ୍ପଷ୍ଟ କଲେ ପୋଲିସ୍‌ କମିସନର ସୁଧାଂଶୁ ଷ‌ଡଙ୍ଗୀ। ନିଜ ଟୁଇଟର ପେଜରେ ଗତକାଲି ଦେଇଥିବା ମତକୁ ଆଜି ପୁଣିଥରେ ସ୍ପଷ୍ଟ କରିଛନ୍ତି ସୁଧାଂଶୁ ଷ‌ଡଙ୍ଗୀ। ସେ କହିଛନ୍ତି ଯେ, ନିଜ ଦକ୍ଷତା ପାଇଁ ଭାରତରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ତଥାପି ଘରକାମ କେବଳ ମହିଳାମାନଙ୍କର ବୋଲି ପୂର୍ବପରି ରହି ଆସିଛି। ଆମକୁ ମହିଳାମାନଙ୍କ ପ୍ରତି ଓ ସେମାନଙ୍କ ଅବଦାନକୁ ସମ୍ମାନ ଦେବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀ ଷଡଙ୍ଗୀ।

ଏଥିସହିତ ସେ କହିଛନ୍ତି ଯେ, ଯେଉଁ କାମ କେବଳ ମହିଳାମାନଙ୍କର ବୋଳି ପୁରୁଷମାନେ ଭାବୁଛନ୍ତି ସେହିଭଳି କାମକୁ ପୁରୁଷମାନେ ସମ୍ମାନ ଦିଅନ୍ତୁ ବୋଲି ମୁଁ କହିଥିଲି ବୋଲି କହିଛନ୍ତି ଶ୍ରୀ ଷଡଙ୍ଗୀ। ମହିଳାମାନଙ୍କ ଦକ୍ଷତା ପ୍ରତି ଅସମ୍ମାନ ହିଁ ଅପରାଧ ମନୋଭାବ ସୃଷ୍ଟି କରିଥାଏ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

Comments are closed.