Odisha Link
Bridging the Missing Links in Odisha

ଶ୍ୱଶୁରଙ୍କ ଠାରୁ ଗାଳି ଶୁଣନ୍ତି ଦୀପିକା!

ମୁମ୍ବାଇ : ବଲିଉଡ଼ର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଆସୁଥିବା ସିନେମା ୮୩ ପାଇଁ ବହୁତ ବ୍ୟସ୍ତ ଅଛନ୍ତି । ସେ ସ୍ବାମୀ ରଣବୀରଙ୍କ ସହ ଏହି ସିନେମାରେ ନଜର ଆସୁଛନ୍ତି ।ସିନେମାଟି କପିଲ ଦେବ ଙ୍କ ଜୀବନ ଶୈଳି ଉପରେ ପ୍ରସ୍ତୁତ କରାଯାଇଛି ।

୨୦୧୮ରେ ରଣବୀର ଓ ଦୀପିକାଙ୍କ ବିବାହ କରିଥିଲେ । ଦୀପିକା ତାଙ୍କର ପର୍ସନଲ୍‌ ଲାଇଫ୍‌ ଓ ବୈବାହିକ ଜୀବନକୁ ନେଇ କିଛି ଖୁଲାସା କରିଛନ୍ତି। ବିବାହ ପରେ ଆସିଥିବା ପରିବର୍ତ୍ତନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ‘ବିବାହ ପରେ ପର୍ସନଲ୍‌ ଓ ପ୍ରୋଫେସନଲ୍‌ ଲାଇଫ୍‌ରେ କିଛି ବି ପରିବର୍ତ୍ତନ ଆସି ନାହିଁ। କାରଣ ମୋ ଶ୍ୱଶୁର ଘରେ ମୋତେ ବୋହୂ ଭାବେ ନୁହେଁ ବରଂ ଝିଅ ଭାବେ ଦେଖନ୍ତି’।
‘ବିବାହ ପୂର୍ବରୁ ଯେତେବେଳେ ମୁଁ ବାହାଘର ଓ ବଧୂ ନିର୍ଯାତନା କାହାଣୀ ଶୁଣୁଥିଲି, ମୋତେ ଭୟ ଲାଗୁଥିଲା । ହେଲେ ଏହି ମାମଲାରେ ମୁଁ ନିଜକୁ ଭାଗ୍ୟବାନ୍‌ ବୋଲି ମନେ କରୁଛି। ଯେଉଁ ଘରକୁ ମୁଁ ବାହା ହୋଇ ଆସିଛି, ସେଇ ପରିବାରରେ ଝିଅ ଓ ବୋହୂ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏଥିପାଇଁ ମୋ ବାପା-ମାଆ ମଧ୍ୟ ଏକ ପ୍ରକାର ନିଶ୍ଚିନ୍ତ ବୋଲି ଦୀପିକା କହିଛନ୍ତି ।

ଦୀପିକା ତାଙ୍କ ଶ୍ୱଶୁର ଘର ବିଷୟରେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ଯେତେବେଳେ ମୁଁ କାମରେ ବହୁତ ବ୍ୟସ୍ତ ରୁହେ ଓ ଘରେ ସମୟ ଦେଇ ପାରେ ନାହିଁ, ଏଥିପାଇଁ ମୋତେ ବହୁତ ଗାଳି ଶୁଣିବାକୁ ପଡ଼ିଥାଏ। ମୋ ଶ୍ୱଶୁର ଗାଳି କରି ମୋତେ କହିଥାନ୍ତି, ମୁଁ କେଉଁଭଳି ଝିଅ, ଯିଏକି ତାଙ୍କୁ ଭେଟିବା ପାଇଁ ସମୟ ଦେଇ ପାରୁନାହିଁ।

‘ଏହି ସମୟରେ ମୋ ଶ୍ୱଶୁରଙ୍କ ଗାଳି ମୋତେ ଠିକ୍‌ ସେମିତି ଲାଗେ ଯେମିତି ମୋ ବାପା ମୋତେ ଗାଳି କରୁଛନ୍ତି। ମୋ ଶ୍ୱଶୁର ମୋତେ ବହୁତ ଭଲ ପାଆନ୍ତି, ଯେତିକି ସେ ତାଙ୍କ ପୁଅ ରଣବୀରଙ୍କ ଭଉଣୀ ରୀତିକାଙ୍କୁ ଭଲ ପାଆନ୍ତି।’

Comments are closed.