ସୁରତରେ ଓଡ଼ିଆ ବ୍ୟକ୍ତିଙ୍କୁ ଫାଶି ଦଣ୍ଡ

ସୁରତ: ନିଜ ନାବଳିକା ଝିଅକୁ ଦୁଷ୍କର୍ମ ସହ ହତ୍ୟା ମାମଲାରେ ଫାଶି ଦଣ୍ଡା ଦେଶ ହୋଇଛି। ଦୋଷୀ ଟୁକୁନା ଦାସକୁ ଫାଶି ଦଣ୍ଡା ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ୨୦୧୭ ଜୁନ ୨୯ରେ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା। ତଦନ୍ତ ବେଳେ ବାପା ଟୁକୁନା ହିଁ ହତ୍ୟା କରିଥିବା ଜାଣିବାକୁ ପାଇଥିଲା ପୋଲିସ। ମୃତ୍ୟୁ ବେଳକୁ ନାବଳିକା ୬ ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡ଼ିଥିଲା । ନାବାଳିକା ଗର୍ଭରେ ଥିବା ଭ୍ରୁଣ ହସ ଟୁକୁନାର ଡିଏନଏ ମେଳ ଖାଇଥିଲା। ଝିଅକୁ ଗର୍ଭବତୀ ପରେ ଟୁକୁନା ତଣ୍ଟିଚିପି ମାରିଥିବା ଜଣାପଡ଼ିଥିଲା। ଏହାକୁ ନେଇ ସେତବେଳେ ଓଡ଼ିଶା ଓ ସୁରତରେ ଚାଞ୍ଚଲ୍ୟ ଖେଳିଯାଇଥିଲା