Odisha Link
Bridging the Missing Links in Odisha

ବିଜେପିର ଜନଜାଗରଣ ଶୋଭାଯାତ୍ରା

ବ୍ରହ୍ମପୁର: ନାଗରିକତା ସଂଶୋଧନ ଆଇନ (ସିଏଏ) ସମ୍ପର୍କରେ ଆଜି ବ୍ରହ୍ମପୁରରେ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି। କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।\


ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏ ସମ୍ପର୍କରେ ଅବଗତ କରାଉଛି ବିଜେପି । ଲୋକଙ୍କ ବିଶାଳ ସମାଗମ ହିଁ ଏବେ (ସଏଏ)କୁ ନେଇ ଲୋକଙ୍କ ସମର୍ଥନ ଥିବା ଦର୍ଶାଉଛି ବୋଲି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ କହିଛନ୍ତି । ଆଜି ସହରର କମାପଲ୍ଲୀ ଛକରୁ ବାହାରି ଏହି ବିଶାଳ ସଚେତନ ଶୋଭାଯାତ୍ରା ରାମଲିଙ୍ଗମ୍ ଟ୍ୟାଙ୍କ ରୋଡ୍ ଯାଏ ଚାଲିଥିଲା ଏହି ଶୋଭାଯାତ୍ରା।
ଏଠାରେ ଏକ ସାଧାରଣ ସଭାର ବି ଆୟୋଜନ କରାଯାଇଛି। ଏହି ସଚେତନ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଜନତା ଓ କର୍ମକର୍ତ୍ତା ସାମିଲ ହୋଇଛନ୍ତି। ଗଂଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକରୁ ଦଳୀୟ କର୍ମୀ ଓ ନେତା ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। (ସଏଏ)କୁ ନେଇ ସାରା ଦେଶରେ ସଚେତନତା କାର୍ଯ୍ୟକ୍ରମ କରୁଛି ବିଜେପି।

Comments are closed.