Odisha Link
Bridging the Missing Links in Odisha

କାଲିଠାରୁ କମିବ ଶୀତ!

ଭୁବନେଶ୍ବର: ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ଘନ କୁହୁଡି ସହ ହାଡଭଙ୍ଗା ଶୀତ। ୧୦ ଡିଗ୍ରୀ ତଳେ ୮ଟି ସହରର ତାପମାତ୍ରା ରହିଛି। ଟିଟିଲାଗଡରେ ସର୍ବନିମ୍ନ ୭ ଡିଗ୍ରୀ ରହିଛି। ସେହିପୁର ସୋନପୁର ଓ ଅନୁଗୁଳରେ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟରେ ତାପମାତ୍ରା ୧୦ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ତାମପାତ୍ରା ୧୦ଡିଗ୍ରୀ ରେକର୍ଡ ହୋଇଛି। ତେବେ ଆସନ୍ତାକାଲି ଠାରୁ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଏଣିକି ପାଗରେ ପରିବର୍ତ୍ତନ ଆସିବ। ଥଣ୍ଡା ବଢ଼ିବନି। ସ୍ଥିର ରହିବ। ଆସନ୍ତାକାଲି ରାତିଠାରୁ ରାଜ୍ୟର ବିଭିନ୍ନ ସହରର ସର୍ବନିମ୍ନ ତାପମାତ୍ରା ଦେଢ଼ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଏହାପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିଭଳି ୧୪ ତାରିଖ ସକାଳେ ଅନୁଗୁଳ, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଶୀତ ପ୍ରକୋପ ଲାଗିରହିବ। ସୋମବାର ତୁଳନାରେ ଥଣ୍ଡା ସାମାନ୍ୟ କମ୍ ରହିବ। ଏହାପରେ ରାତିର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ କୁହୁଡ଼ି ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ସୋନପୁର ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି।
ତେବେ ଦକ୍ଷିଣ ପଶ୍ଚିମ ପବନ ପ୍ରଭାବରେ ଆଜି ରାତିଠାରୁ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଉତ୍ତର ଭାରତ ଆଡ଼ୁ ଉତ୍ତରା ପଶ୍ଚିମ ପବନ ପ୍ରବାହ ଯୋଗୁଁ ବର୍ତ୍ତମାନ ଶୀତର ପ୍ରକୋପ ରହିଥିଲା। ଜାନୁଆରି ୧୫ରୁ ସକାଳେ କୁହୁଡ଼ି ଅନୁଭୂତ ହେବ। ୧୮ ତାରିଖ ବେଳକୁ ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।