Odisha Link
Bridging the Missing Links in Odisha

ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ହେବ ଶେଷକୃତ୍ୟ

ଭୁବନେଶ୍ବର: ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଗତକାଲି ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷରେ ତାଙ୍କର ମୁତ୍ୟୁ ହୋଇଛି। ଆଜି ପୁରୀ ସ୍ବର୍ଗ ଦ୍ବାରରେ ପୁର୍ଣ୍ଣ ରାଷ୍ଟୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ମନମୋହନଙ୍କ ଦେହାନ୍ତ ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ତାଙ୍କ ବିୟାଗରେ କଳାକାର ଜଗତରେ ଦୁଃଖର ଛାୟା ଖେଳିଯାଇଛି। ମନମୋହନ ମହାପାତ୍ର ତାଙ୍କ ସୃଷ୍ଟ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍ପାର ପାଇଥିଲେ। କ୍ଲାନ୍ତ ଅପରାହ୍ନ, ଅଗ୍ନିବାଣୀ, ଶୀତରାତି, ମଝି ପାହାଚ, ନିରବ ଝଡ, ଭିନ୍ନ ସମୟ, ନିଶିତ ସ୍ବପ୍ନ ଫିଲ୍ମ ଆଦି ମନମୋହନ ମହାପାତ୍ରଙ୍କ ସୃଷ୍ଟି। ଏହି ସବୁ ଫିଲ୍ମ ପାଇଁ ମନମୋହନ ଲଗାତାର ୮ ଥର ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ। ମନମୋହନ ହିନ୍ଦୀ ଫିଲ୍ମ ‘ବିଟସ ଆଣ୍ଡ ପିସେସ୍’ ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

୧୯୭୬ରେ ନିର୍ମିତ ତାଙ୍କର ଓଡିଆ ଚଳଚ୍ଚିତ୍ର ‘ଶୀତରାତି’ ୧୯୮୨ ମସିହାରେ ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହରେ ପ୍ରଦର୍ଶିତ ହୋଇଥିଲା। ଯାହାକି ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହରେ ପ୍ରଦର୍ଶିତ ହୋଇଥିବା ପ୍ରଥମ ଓଡିଆ ଚଳଚ୍ଚିତ୍ର। ନିକଟରେ ତାଙ୍କ ଫିଲ୍ମ ‘ଭିଜା ମାଟିର ସ୍ବର’ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୮ ସମ୍ମାନ ପାଇଛି। ତାଙ୍କର ବହୁ ଚଳଚ୍ଚିତ୍ର ଇଣ୍ଡିଆନ ପେନୋରମାରେ ପ୍ରଦର୍ଶିତ ହୋଇଛି। ଏଥିସହ ତାଙ୍କ ନିର୍ମିତ ଚଳଚ୍ଚିତ୍ର ଆମେରିକା, ଜର୍ମାନୀ, ଇଟାଲିରେ ବିଭିନ୍ନ ସମାରୋହରେ ପ୍ରଦର୍ଶିତ ହୋଇଛି।

Comments are closed.