Odisha Link
Bridging the Missing Links in Odisha

ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଁଇରିପାଲି ଗାଁରେ ଛଅ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟବସାୟୀ ସୌରଭ ଜୈନଙ୍କ ଘରୁ ଡକାୟତି ଅଭିଯୋଗ ହୋଇଛି। ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟ୍ ଅଭିଯୋଗ ହୋଇଛି। ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ ଗତ ୯ ତାରିଖ ଜୁନାଗଡ ଥାନା ବୋରଗୁଡାଠାରେ କପା ବ୍ୟବସାୟୀଙ୍କୁ ଗୁଳି କରି ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଲୁଟ୍ କରିଥିଲେ। ଗତକାଲି ଏସବିଆଇ ଏଟିଏମ୍ ଲୁଟ୍ ହୋଇଥିବା ବେଳେ କଳାହାଣ୍ଡି ପୋଲିସ ପାଇଁ ଦୁର୍ବୃତ୍ତ ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି।

Comments are closed.