ଜରିମାନା କୋହଳ ହେବା ଦରକାର: ପଦ୍ମନାଭ ବେହେରା

ଭୁବନେଶ୍ୱର: ଜରିମାନା ଆଦାୟ ଯୋଗୁଁ ଦୁର୍ଘଟଣା କମିଛି। ତେବେ କେତୋଟି ଜିନିଷରେ ଜରିମାନା କୋହଳ ହେବା ଦରକାର ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆସନ୍ତାକାଲି ସଡ଼କ ସୁରକ୍ଷା ନେଇ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବାବେଳେ ବୈଠକରେ ଯୋଗଦେବା ପୂର୍ବରୁ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ବୈଠକରେ ବିଭିନ୍ନ ଦାବି ଉପସ୍ଥାପନ କରାଯିବ। ସେଥିମଧ୍ୟରୁ ପ୍ରତି ୩୦ କି.ମି. ରାସ୍ତାରେ ସ୍କ୍ୱାର୍ଡ ରଖିବାର ବନ୍ଦୋବସ୍ତ କରାଯିବ। ରାସ୍ତା କଡ଼ରେ ପାର୍କିଂ ବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦିଆଯିବ। ତେବେ ଏଥିପାଇଁ ଅଧିକ ଆର୍ଥିକ ସହଯୋଗ ଓ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏହାବ୍ୟତୀତ କିଛି କ୍ଷେତ୍ରରେ ଟ୍ରାଫିକ ଜରିମାନା କୋହଳ ହେବା ଦରକାର ବୋଲି ସ୍ୱୀକାର କରିଛନ୍ତି ମନ୍ତ୍ରୀ। ଏ ସମ୍ପର୍କରେ ସେ ବୈଠକରେ ଦାବି ଉଠାଇବେ ବୋଲି କହିଛନ୍ତି।