Odisha Link
Bridging the Missing Links in Odisha

ତାଳଚେରରେ ପୁଣି ଦବିଲା ମାଟି

ତାଳଚେର: ତାଳଚେର ହାଣ୍ଡିଧୁଆଁ ସ୍ଥିତ ଏକ ଜମିରେ ମାଟି ଜମି ଯାଇଛି। ଧିରେ ଧିରେ ଅଧିକରୁ ଅଧିକ ମାଟି ଧସୁଥିବାରୁ ସ୍ଥାନୀୟବାସୀ ଭୟବିତ ହୋଇ ଯାଇଛନ୍ତି। ସ୍ଥିତି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପୋଲିସ ସେହି ସ୍ଥାନରେ ପହଁଚି ମାଟି ଧସୁଥିବା ସ୍ଥାନକୁ ଘେରାଉ କରିଛି।
ଲୋକମାନଙ୍କୁ ସେହି ସ୍ଥାନକୁ ଯିବାକୁ ମନା କରାଯାଇଛି। ପୋଲିସ ଓ ଏମସିଏଲ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛି। ବାରମ୍ବାର ମାଟି ଧସିବା ଏବଂ ଘର ଦବିଯିବା ଭଳି ଘଟଣା ଘଟୁଥିଲେ ବି ପ୍ରଶାସନ ଏ ଦିଗରେ ସଠିକ ପଦକ୍ଷେପ ନେଇ ନଥିବା ଦାବି ହୋଇଛି। ଯାହାକୁ ନେଇ ତାଳଚେର-ଅନୁଗୋଳ ରାସ୍ତାକୁ ଗ୍ରାମବାସୀ ଅବରୋଧ କରିଛନ୍ତି।

Comments are closed.