Odisha Link
Bridging the Missing Links in Odisha

ଧାରା ୩୭୦ ଉଛେଦ ଏକ ଐତିହାସିକ ପଦକ୍ଷେପ: ସ୍ଥଳ ସେନା ପ୍ରମୁଖ

ନୂଆଦିଲ୍ଲୀ: ଆଜି ହେଉଛି ୭୨ତମ ସେନା ଦିବସ। ଏହି ଅବସରରେ ଆଜି ନୂଆଦିଲ୍ଲୀରେ ଚିତ୍ତାକର୍ଷକ ପ୍ୟାରେଡ଼ ଅନୁଷ୍ଠିତ ହୋଇଯାଇଛି। ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ସାହାସିକତା ପ୍ରଦର୍ଶନ କରିଥିବା ସେନା ଯବାନମାନଙ୍କୁ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସ୍ଥଳ ସେନା ପ୍ରମୁଖ ଜେନେରାଲ ମୁକୁନ୍ଦ ନରୱଣେ ଏହି ଅବସରରେ କହିଛନ୍ତି, ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଉଛେଦ ଏକ ଐତିହାସିକ ଘଟଣା। ଏହା ଫଳରେ ଜାମ୍ମୁ କାଶ୍ମୀର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ ବୋଲି ସେ କହିଛନ୍ତି। ଆତଙ୍କବାଦକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ସ୍ଥଳ ସେନା ପ୍ରମୁଖ ଜେନେରାଲ ମୁକୁନ୍ଦ ନରୱଣେ ସମସ୍ତ ସେନାନୀ, ସେମାନଙ୍କ ପରିବାର, ଅବସରପ୍ରାପ୍ତ ସୈନିକଙ୍କୁ ଶୁଭକାମନା ଜଣାଇଛନ୍ତି।

ଆଜି ସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମ ଦେଶର ସେନା ଆମ ପାଇଁ ସବୁ କିଛି। ଦେଶର ସମସ୍ତ ସୈନିକଙ୍କୁ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଆମ ସେନା ଆମ ପାଇଁ ଗର୍ବ।

Comments are closed.