Odisha Link
Bridging the Missing Links in Odisha

ରାଜ୍ୟ ପିସିସି କାର୍ଯ୍ୟାଳୟରେ ବାଉନସର୍ ସିକ୍ୟୁରିଟି

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ କଳି। ଖାଲି ସେତିକି ନୁହେଁ ଗଣ୍ଡଗୋଳ ଆଶଙ୍କାରେ ରାଜ୍ୟ ପିସିସି କାର୍ଯ୍ୟାଳୟରେ ବାଉନସର୍ ବାଉନସ ନିୟୋଜିତ। ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜ୍ୟ ପିସିସି କାର୍ଯ୍ୟାଳୟରେ। ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ବାଉନ୍ସର ସହ ପିସିସି କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି। ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିଲା। ୨୦୧୯ ନିର୍ବାଚନରେ ଦଳର ପରାଜୟକୁ ନେଇ କିଛି ଉପକୂଳ ନେତାଙ୍କ ସହ ପ୍ରଭାରୀ, ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଆଲୋଚନା ହେବା ସମୟରେ ବାହାରେ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ୍ ପ୍ରଧାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ତାଙ୍କ ସମର୍ଥକ ଧାରଣାରେ ବସିବା ସହ ନରାବାଜି କରିଥିଲେ।

ଭିତରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ କେନ୍ଦ୍ର ନେତୃବୃନ୍ଦ ଆଲୋଚନା କରୁଥିବାବେଳେ ବାହାରେ ଇତିଶ ପ୍ରଧାନ ଏବଂ ତାଙ୍କ ସମର୍ଥକ ଜୋରଦାର ନାରାବାଜି କରିବା ସହ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇଦେଇଥିଲେ। ଗତକାଲି ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। କିଛି ନେତା ପ୍ରବଳ ହଟ୍ଟଗୋଳ କରିବା ସହ ଖୋଲାଖୋଲି ପିସିସି ସଭାପତି ବଦଳାଇବା ପାଇଁ ଦାବି କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପୁଅ ନବଜ୍ୟୋତି ପଟ୍ଟନାୟକ ପିସିସି କାର୍ଯ୍ୟାଳୟରେ ବାଉନ୍ସର ନିୟୋଜିତ କରିଛନ୍ତି।

Comments are closed.