Odisha Link
Bridging the Missing Links in Odisha

ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନରେ ବସିଲେ ଜ୍ୟୋତି ପ୍ରକାଶ

ଭୁବନେଶ୍ୱର : ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଖୋର୍ଦ୍ଧା ଜିଲ୍ଲା ଆଁଳାସ୍ଥିତ କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟ ଓ ନିକଟସ୍ଥ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ପାଣିଗ୍ରାହୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେ ସ୍କୁଲକୁ ଯାଇ ସେଠାରେ ଶିକ୍ଷାଦାନ ବ୍ୟବସ୍ଥା ବୁଲି ଦେଖିଥିଲେ ।

ପରିମଳ ବ୍ୟବସ୍ଥା ତନଖି କରିବା ସହ ସେ ପାଇଖାନା ଯାଞ୍ଚ କରିଥିଲେ । ସ୍କୁଲର ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରିବା ସହିତ ପିଲାମାନଙ୍କ ପାଖରେ ବସି ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଥିଲେ । ପାଇଖାନା ସ୍ୱଚ୍ଛ ରଖିବା ସହିତ ବିଦ୍ୟାଳୟର ସମସ୍ତ କାଗଜ ପତ୍ର ଶୃଙ୍ଖଳିତ ଭାବରେ ରଖିବା ଉପରେ ମନ୍ତ୍ରୀ ପାଣିଗ୍ରାହୀ ଗୁରୁତ୍ୱ ଦେଇଥିଲେ ।

ତେବେ ମଧ୍ୟାହ୍ନ ଭୋଜନରେ ପରିଦୃଷ୍ଟ ତ୍ରୁଟି ଏବଂ ପରିମଳ ବ୍ୟବସ୍ଥାରେ ଅବ୍ୟବସ୍ଥା ନେଇ ସେ ଅସନ୍ତୋଷ ପ୍ରକଟ କରିଥିଲେ । ପିଲାମାନଙ୍କ ସାଙ୍ଗ ମତବିନିୟମ କରିବା ସହିତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଯଥାର୍ଥ ଶିକ୍ଷାଦାନରେ ଧ୍ୟାନଦେବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ସମେତ ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ଉତ୍ସାହ ଦେବାକୁ ମନ୍ତ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ ।
ଏଠାରେ ଉଲ୍ଲେଖେଯୋଗ୍ୟ ଯେ ମନ୍ତ୍ରୀ ପାଣିଗ୍ରାହୀ ସରକାରୀ କାର୍ଯ୍ୟରେ ଗଞ୍ଜାମ ଯାଉଥିବାବେଳେ ବାଟରେ ଉପରୋକ୍ତ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଥିଲେ ।

Comments are closed.