ମୋଦୀ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଦିଗ୍ବିଜୟ ସିଂହ

ଭୁବନେଶ୍ବର: ଭୁବନେଶ୍ବରରେ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କ ପ୍ରେସ୍ମିଟ୍। ପ୍ରେସ୍ମିଟ୍ରେ ମୋଦୀ ଓ ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ଦିଗ୍ବିଜୟ। ଓଡିଶାରେ ଜଣେ ପ୍ରଶାସକ ପାଣ୍ଡିଆନ୍ ରାଜ୍ୟ ଚଳାଉଛନ୍ତି। ଦିଗ୍ବିଜୟ କହିଛନ୍ତି, ପାଣ୍ଡିଆନ୍ଙ୍କ ଶକ୍ତିକୁ ମୁ ଅନ୍ଦାଜ ଲଗାଇ ପାରୁନି। ସେ ୫ଟି ସଚିବ ଅଛନ୍ତି, ସବୁ ବିଭାଗକୁ ଅଧୀନକୁ ନେଇଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ କିମ୍ବା ଏମ୍ପି ଦେଖା କରି ପାରୁନାହାନ୍ତି। ନବୀନଙ୍କୁ କେବଳ ପାଣ୍ଡିଆନ ହିଁ ଦେଖା କରିପାରୁଛନ୍ତି। ସବୁକଥାରେ କେନ୍ଦ୍ରକୁ ସମର୍ଥନ କରୁଛନ୍ତି ନବୀନ। ଏଥିସହ ମୋଦୀଙ୍କୁ ଟାର୍ଗେଟ କରି ଦିଗ୍ବିଜୟ କହିଛନ୍ତି ଯେ, ଅନ୍ୟ ସମସ୍ୟାରୁ ଦୃଷ୍ଟି ହଟାଇବାକୁ ସିଏଏ, ଏନ୍.ଆର୍.ସି ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଦେଶରେ ସିଏଏର ଆବଶ୍ୟକତା ନାହିଁ।