Odisha Link
Bridging the Missing Links in Odisha

ରାଜକୋଟରେ ରାଜ କଲା ଟିମ୍‌ ଇଣ୍ଡିଆ

ରାଜକୋଟ: ମୁମ୍ବାଇରେ ଶୋଚନୀୟ ପରାଜୟ ପରେ ରାଜକୋଟରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ରାଜ କଲା ଟିମ୍‌ ଇଣ୍ଡିଆ। ଆଜିର ‘କର ବା ମର’ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିବାରେ ସକ୍ଷମ ହେଲା ଟିମ୍‌ ଇଣ୍ଡିଆ।

ମ୍ୟାଚରେ ପ୍ରଥମ ଇନିଂସରେ ଶିଖର ଧୱନ୍‌, କ୍ୟାପଟେନ୍ ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୦ ରନ୍ କରିଥିଲା ଟିମ୍‌ ଇଣ୍ଡିଆ। ଜବାବରେ ଷ୍ଟିଭ୍ ସ୍ମିଥଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଅଷ୍ଟ୍ରେଲିଆ ୪୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରି ପରାସ୍ତ ହୋଇଛି।

ଟିମ୍‌ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ଅଷ୍ଟ୍ରେଲିଆ ଟିମ୍‌ ଧରାଶାୟୀ ହୋଇଥିଲା। ନିୟମିତ ବ୍ୟବଧାନରେ ଅଷ୍ଟ୍ରେଲିଆ ଦଳର ଓ୍ବିକେଟ ଯିବା ଫଳରେ ଟିମ୍‌ ଇଣ୍ଡିଆ ୩୬ ରନରେ ବିଜୟ ଲାଭ କରିଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଦ୍ରୁତ ବୋଲର ମହମଦ ସାମି ୩ଟି ଓ୍ବିକେଟ, ନବଦୀପ ସାଇନି, କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡେଜା ୨ଟି ଓ୍ବିକେଟ ନେଇଥିବା ବେଳେ କଂଞ୍ଜୁସି ବୋଲିଂ କରି ଗୋଟେ ଓ୍ବିକେଟ ନେଇଛନ୍ତି ଯଶପ୍ରୀତ୍‌ ବୁମରା। ସିରିଜର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ୍ ରବିବାର ବେଙ୍ଗାଲୁରୁରେ ଖେଳାଯିବ।

Comments are closed.