Odisha Link
Bridging the Missing Links in Odisha

ଚଳିତ ବଜେଟ୍‌ରେ ମହଙ୍ଗା ହୋଇପାରେ ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି‌ ୧ତାରିଖରେ ଉପସ୍ଥାପନ ହେବ ଚଳିତ ବର୍ଷର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପନ କରିବେ। ଏଥର ‌ବଜେଟ୍‌ରେ ଅନେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବଢ଼ାଇବା ନେଇ ସରକାର ବିଚାର କରୁଛନ୍ତି। ବିଶେଷ କରି ଜୋତା, କାଗଜ, ଆସବାବପତ୍ର, ରବର ସାମଗ୍ରୀ ଓ ଖେଳନା,ରାସାୟନିକ ପଦାର୍ଥ ଆଦିର ଆମଦାନି ଶୁଳ୍କ ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି। ଏହି ସବୁ ସାମଗ୍ରୀର ଆମଦାନି ଶୁଳ୍କ ବଢ଼ାଇବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି।ପ୍ରାୟ ୩୦୦ ପ୍ରକାର ସାମଗ୍ରୀର ଆମଦାନି ଶୁଳ୍କ ବଢ଼ାଇବାକୁ ବାଣିଜ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି।

ଭାରତର ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ରହିଛି। ସେହି ଦେଶଗୁଡ଼ିକ ଜରିଆରେ ଚୀନ୍‌ ଏହାର ଶସ୍ତା ଓ ନିମ୍ନ ମାନର ସାମଗ୍ରୀଗୁଡ଼ିକୁ ଆଣି ଭାରତରେ ପହଞ୍ଚାଉଛି। ଆମଦାନି ଶୁଳ୍କରେ ବୃଦ୍ଧି ଘଟିଲେ ଏହି ସମସ୍ୟା ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି ସରକାର ଭାବୁଛନ୍ତି। ପ୍ରାୟ ୩୦୦ ପ୍ରକାର ସାମଗ୍ରୀର ଆମଦାନି ଶୁଳ୍କ ବଢ଼ାଇବାକୁ ବାଣିଜ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ଧାତବ, ପ୍ଲାଷ୍ଟିକ ଓ କାଠ ଖେଳନାର ଆମଦାନି ଉପରେ ଏବେ ୨୦% ଶୁଳ୍କ ଲାଗୁଛି। ତାହାକୁ ୧୦୦% ପର୍ଯ୍ୟନ୍ତ ବଢ଼ାଇବାକୁ ବାଣିଜ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ୨୦୧୮-୧୯ରେ ଦେଶକୁ ୩୦.୨ କୋଟି ଡଲାରର ଖେଳନା ଆମଦାନି କରାଯାଇଥିଲା। ସେଥି ମଧ୍ୟରୁ ୨୮.୧୮ କୋଟି ଡଲାରର ଖେଳନା କେବଳ ଚୀନ୍ ଓ ହଂକଂରୁ ଆସିଥିଲା। କାଗଜ ଉପରେ ୨୦% ଆମଦାନି ଶୁଳ୍କ ଲଗାଇବାକୁ ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି।

Comments are closed.