Odisha Link
Bridging the Missing Links in Odisha

ନବଜାତକର ମୃତଦେହ ଉଦ୍ଧାର

ନୟାଗଡ଼: ଦିନକୁ ଦିନ କନ୍ୟା ଭ୍ରୁଣ ହତ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଆଜି ସକାଳେ ଭାପୁର ବ୍ଲକ୍‌ ଫତେଗଡ଼ ଥାନା ଅଧୀନ କରବର ଗାଁରେ ଏକ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା। ପଲଥିନରେ ବନ୍ଧାହୋଇ ନବଜାତକର ମୃତଦେହ ଭାସୁଥିବାର ଏକ ପୋଖରିରେ ଦେଖିବାକୁ ମିଳିଥିଲା ।

ପୋଲିସ ଖବର ଖବର ପାଇଁ ମଧ୍ୟ ଦୀର୍ଘସମୟ ପର୍ଯ୍ୟନ୍ତ ଆସିନଥିଲେ । ତେଣୁ ଗ୍ରାମାଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଗତ ୧୪ ତାରିଖରେ ମଧ୍ୟ ଖଣ୍ଡପଡ଼ା ଏନଏସିର ଦୁଇ ନମ୍ବର ୱାର୍ଡର ଏକ ମସଜିଦ ନିକଟରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁରମାନେ ଖାଉଥିବାର ଦେଖିବାକୁ ମିଳିଥିଲା ।

Comments are closed.