Odisha Link
Bridging the Missing Links in Odisha

କଟକ ରେଳ ଷ୍ଟେସନରେ ଯୁବକଙ୍କ ମୃତ୍ୟୁ

କଟକ : ଆଜି ସକାଳ ସମୟରେ କଟକ ରେଳ ଷ୍ଟେସନରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବଙ୍କ ଷ୍ଟେସନରେ ମୃତ୍ୟୁ ଘଟିଛି। ମୃତ୍ୟୁ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସେ ମାନସିତ ବିକଳାଙ୍ଗ ଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ ଆଜି ସକାଳେ କଟକ ରେଳ ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରେ ଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ ଉପରକୁ ଉକ୍ତ ଯୁବକ ଜଣକ ହଠାତ୍ ଚଢି ଯାଇଥିଲେ ଓ ସେଠାରେ ଥିବା ହାଇ ଭୋଲଟେଜ୍‌ ତାରକୁ ଧରି ଦେଇଥିଲେ ଫଳରେ ଘଟଣା ସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଛି। ଏ ନେଇ ଖବର ପାଇ ରେଲୱେ ବିଭାଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Comments are closed.