Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର ଗସ୍ତରେ ମୋଦି ସରକାରର ୩୬ ମନ୍ତ୍ରୀ, ବିମାନ ଅବତରଣ ହୋଇ ପାରିଲା ନାହିଁ

ନୂଆଦିଲ୍ଲୀ: ମୋଦି ସରକାରର ୩୬ ମନ୍ତ୍ରୀ ଆଜିଠୁ ଜମ୍ମୁ-କଶ୍ମୀରର ସହର ଓ ଗାଁ ଗାଁ ବୁଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି। ହେଲେ ତିନି ମନ୍ତ୍ରୀଙ୍କ ବିମାନ ଖରାପ ପାଣିପାଗ ଯୋଗୁଁ ଜମ୍ମୁ ବିମାନ ବନ୍ଦରରେ ଅବତରଣ ନକରି ଶ୍ରୀ ନଗର ବିମାନ ବନ୍ଦରରେ ଅବତରଣ କରିଛି। ଏହି ତିିନି ମନ୍ତ୍ରୀ ହେଲେ ଡ. ଜିତେନ୍ଦ୍ର ସିଂହ, ଅଶ୍ବିନୀ ଚୋବେ ଓ ଅର୍ଜୁନ ରାମ ମେଧବାଳ।

ଧାରା ୩୭୦ ଉଚ୍ଛେଦ ହେବା ଓ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏହା ମୋଦି ସରକାରର ମନ୍ତ୍ରୀ ମାନଙ୍କ ପ୍ରଥମ ଗସ୍ତ। ଲୋକଙ୍କୁ ବୁଝେଇବା ସ୍ଥାନେ ସ୍ଥାନେ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପ୍ରେରିପେକ୍ଷୀରେ ଜନସାଧାରଣଙ୍କୁ ସୁବିଧା ଅସୁବିଧା କଥା ଜାଣିବାକୁ ମନ୍ତ୍ରୀ ମାନେ ଚେଷ୍ଟା କରିବାର କାର୍ଯ୍ୟକମ ରହିଥିବା ସୂଚନା ରହିଛି।