Odisha Link
Bridging the Missing Links in Odisha

ବିକ୍ରି ହେଉନି ଇଜିପ୍ଟ ପିଆଜ

ଭୁବନେଶ୍ୱର: ବିକ୍ରି ହେଉନି ବିଦେଶୀ ପିଆଜ। ରାଜ୍ୟରେ ପିଆଜ ସଙ୍କଟ ଦେଖାଦେଇଥିବା ବେଳେ ପିଆଜ ସଙ୍କଟ ଦୂର ପାଇଁ ଗତ ନଭେମ୍ବର ଓ ଡିସେମ୍ବରରେ ତୁର୍କୀ ଓ ଇଜିପ୍ଟରୁ ବିଦେଶୀ ପିଆଜ ଅଣାଯାଇଥିଲା। ହେଲେ ଏହି ବିଦେଶୀ ପିଆଜ ଲୋକେ ଖାଉ ନାହାନ୍ତି କାରଣ ଦେଶୀ ପିଆଜ ଭଳି ଇଜିପ୍ଟ ଓ ଅନ୍ୟ ଦେଶରୁ ଆସିଥିବା ଏହି ପିଆଜ ସେତେ ସୁଆଦିଆ ଲାଗୁନାହିଁ। ଏହି ସବୁ ପିଆଜ ସୁଆଦିଆ ନ ଥିବାରୁ ଲୋକେ କିଣୁ ନାହାନ୍ତି।

ସଙ୍କଟ ଭିତରେ ମଧ୍ୟ ଏହି ପିଆଜ ବଡ଼ ଓ ସୁଆଦିଆ ହୋଇନଥିବାରୁ ମାତ୍ର ୨ ହଜାର ଟନ୍ ବିକ୍ରି ହୋଇପାରିଛି। ବିଦେଶରୁ ଆସିଥିବା ୩୪ ହଜାର ଟନ୍ ପିଆଜ ୨ ମାସ ହେବ ବିକ୍ରି ହୋଇ ନ ପାରି ପଡ଼ିରହିଛି। ଅଧିକ ଦିନ ପିଆଜ ପଡି ରହୁଥିବାରୁଏବେ ୨୫ ଟଙ୍କାରେ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ପଡ଼ୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ମାଲଦ୍ୱୀପକୁ ପଠାଇବାକୁ ମଧ୍ୟ ଯୋଜନା କରାଯାଉଥିବା ସୂଚନା ମିଳିଛି।

Comments are closed.