Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଆସନ୍ତା ୨୦ରେ ଦୋଷୀ ପଓ୍ଵନର ସ୍ପେଶାଲ ଲିଭ୍‌ ପିଟିସନ୍‌ ଉପରେ ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ଭୟା ଦୋଷୀଙ୍କୁ ଫାଶି ତାରିଖ। କାରଣ ଜାନୁଆରି ୨୦ ଅର୍ଥାତ୍‌ ସୋମବାର ଦିନ ନିର୍ଭୟା ଦୋଷୀ ପଓ୍ଵନର ସ୍ପେଶାଲ ଲିଭ୍‌ ପିଟିସନ୍‌(ଏସ୍‌ଏଲ୍‌ପି) ଉପରେ ଶୁଣାଣି ହେବ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପଓ୍ଵନର ଏସ୍‌ଏଲ୍‌ପିକୁ ଖାରଜ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ପଓ୍ଵନ।

ନିର୍ଭୟା ଅପରାଧ ସମୟରେ ଦୋଷୀ ପଓ୍ଵନ ନାବାଳକ ଥିବା ଦାବି କରିଥିଲା। ଏନେଇ ସେ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରିଥିଲା। ଏହାକୁ ହାଇକରୋ୍ଟ ଖାରଜ କରିବା ପରେ ଏବେ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରସ୍ଥ ହୋଇଛି।

ସୂଚନାଥାଉକି, ମୁକେଶ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ମଧ୍ୟ ରାଷ୍ଟ୍ରପତି ଖାରଜ କରିଦେଇଥିଲେ। ଏହା ଖାରଜ ହେବା ପରେ ଫାଶୀ ତାରିଖକୁ ପୁଣି ଘୁଞ୍ଚା ଯାଇଛି। ଫଳରେ ସମସ୍ତ ଦୋଷୀ ଫେବ୍ରୁଆରି ୧ ତାରିଖରେ ଫାଶୀରେ ଝୁଲିବେ ବୋଲି ଏକ ପ୍ରକାର ନିଶ୍ଚିତ ହୋଇସାରିଛି।

Comments are closed.