Odisha Link
Bridging the Missing Links in Odisha

ବିଗ୍ ବସ୍ ଘର ଛାଡ଼ିବେ ଏହି ପ୍ରତିଯୋଗୀ

ମୁମ୍ବାଇ: ଟେଲିଭିଜନ ରିୟାଲିଟି ଶୋ ବିଗ ବସ୍ ୧୩ର ୱିକେଣ୍ଡ ବାରକୁ ସବୁ ଦର୍ଶକ ଚାହିଁ ବସିଥାନ୍ତି । କାରଣ ଏହି ଏପିଶୋଡରେ ସପ୍ତାହର ସବୁ ଘଟଣା ଉପରେ ଆଲୋଚନା କରାଯାଇଥାଏ । ଏହି ସପ୍ତାହରେ ଅନେକ ଡ୍ରାମା ଦେଖିବାକୁ ମିଳିଛି ।

ୱିକେଣ୍ଡରେ ପ୍ରତିଯୋଗୀତା ମାନଙ୍କ ମଧ୍ୟରୁ ଯାହାକୁ ସବୁଠୁ କମ ଭୋଟ ମିଳିଥାଏ ତାଙ୍କୁ ଶୋ ଛାଡ଼ି ଯିବାକୁ ପଡ଼େ। ଏଥର ମଧୁରିମା ତୁଲୀଙ୍କୁ ସବୁଠାରୁ କମ ଭୋଟ ମିଳିଥିବାରୁ ବିବି ଘର ଛାଡ଼ିବାକୁ ପଡିଛି ।

ସୋଶିଆଲ ମିଡିଆରେ ବିଗ ବୋସ୍ ୧୩ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିରେ ଭିଶାଲ ମଧୁରିମାଙ୍କୁ ପାଣି ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ତାପରେ ମଧୁରିମା , ଭିଶାଲଙ୍କ ଉପରେ ରାଗି ଫ୍ରାଇଂ ପ୍ୟାନ୍‌ରେ ପିଟି ଥିଲେ । ଦୁହିଁଙ୍କର ଏପରି ଝଗଡ଼ାକୁ ଦେଖି ସଲମାନ ବହୁତ ରାଗିବା ସହ ଶୋ ଛାଡ଼ିବାକୁ କହିଥିଲେ। ସଲ୍‌ମାନ୍ ମଧୁରିମାଙ୍କୁ କଡ଼ା କଥା ଶୁଣାଇଥିଲେ। ଏହା ପରେ ମଧୁରିମା ନିଜ ଭୁଲ୍‌କୁ ନେଇ ଭାରି ଅନୁତାପ କରିଥିଲେ।

ମଧୁରିମା ଏହି ଶୋ’ରେ ‘ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ’ ଭାବେ ଏଣ୍ଟ୍ରୀ କରିଥିଲେ । ବିଶାଲ୍‌ଙ୍କ ସହିତ ଲଢ଼େଇ ଓ ‘ବିବି’ ଘରେ କିଛି କାମ ନ କରିବା ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଥିଲେ । ବିଶାଲ୍‌ଙ୍କୁ ଫ୍ରାଇଂ ପ୍ୟାନ୍‌ରେ ପିଟିବା ପୂର୍ବରୁ ଥରେ ଚପଲରେ ମଧ୍ୟ ପିଟିଥିଲେ । ତା’ପରେ ତାଙ୍କୁ ଶୋ’ରୁ ଦୁଇ ସପ୍ତାହ ପାଇଁ ବାହାର କରିବାକୁ ନୋମିନେଟ୍ କରାଯାଇଥିଲା । ଯେ ବିଶାଲ୍‌ଙ୍କୁ ଫ୍ରାଇଂ ପ୍ୟାନ୍‌ରେ ପିଟିବା ପରେ ମଧୁରିମା ଘରୁ ବାହାରିବେ ବୋଲି ଅନୁମାନ କରାଯାଉଥିଲା । ତେଣୁ ସେ ଶୋ’ରୁ ବାହାରିଗଲେ ଦର୍ଶକ ଆଦୌ ଆଶ୍ଚର୍ଯ୍ୟ ହେବେ ନାହିଁ ।

Comments are closed.