ନ୍ୟୁଜିଲାଣ୍ଡ ଗସ୍ତ: ଟେଷ୍ଟ, ଦିନିକିଆ ସିରିଜ ପାଇଁ ରବିବାର ଟିମ ଘୋଷଣା

ମୁମ୍ବାଇ: ଆସନ୍ତାକାଲିି ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଓ ଦିନିକିଆ ସିରିଜ ପାଇଁ ଟିମ୍ ଘୋଷଣା କରିବ ବସିସିଆଇ। କେ ଏଲ ରାହୁଲଙ୍କ ଅଷ୍ଟ୍ରେଲିଆ ବିପକ୍ଷ ଦମଦାର ପ୍ରଦର୍ଶନ ପରେ କେଏଲ ରାହୁଲଙ୍କୁ ପୁଣିଥରେ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ମିଳିବ ନିଶ୍ଚିତ ହୋଇଛି। ଆସନ୍ତାକାଲି ଦିନିକିଆ ଓ ଟେଷ୍ଟ ସ୍କ୍ୱାଡ୍ ପାଇଁ ଦଳ ଘୋଷଣା ହେବ। ଏଥିରେ କେ ଏଲ ରାହୁଲଙ୍କୁ ସୁଯୋଗ ମିଳିବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପଟେ ଓ୍ବିକେଟକିପର ବ୍ୟାଟସମ୍ୟାନ ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ପ୍ରମୁଖ ଦଳରେ ସାମିଲ ହେଉଛନ୍ତି ନାହି ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ତ ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଥିଲା। ଏହି ସ୍କ୍ୱାଡ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁ ସେ ଆହତରୁ ସଂପୂର୍ଣ୍ଣ ଭାବେ ମୁକୁଳି ପାରି ନଥିବାରୁ ତାଙ୍କୁ ସ୍କ୍ୱାଡ୍ରୁ ବାଦ ଦିଆଯାଇଛି।
ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଟୁର ପାଇଁ ତୃତୀୟ ସ୍ପିନର କୁଳଦୀପ ଯାଦବଙ୍କ ବଦଳରେ ଅତିରିକ୍ତ ଦ୍ରୁତ ବୋଲର ଭାବେ ନଭଦୀପ ସୈନିଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିପାରେ। ସେହିପରି ଚୂଡ଼ାନ୍ତ ଏକାଦଶରେ ରବିଚନ୍ଦ୍ରନ ଅଶ୍ୱିନ କିମ୍ବା ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ହିଁ ନ୍ୟୁଜିଲ୍ୟାଣ୍ଡ ମାଟିରେ ସୁଯୋଗ ମିଳିବ।