Odisha Link
Bridging the Missing Links in Odisha

ଆବେଦନ ପତ୍ର କମିଟଙ୍କର ନବମ ବୈଠକ

ଭୁବନେଶ୍ୱର:  ବିଧାନସଭାର ଆବେଦନ ପତ୍ର କମିଟିଙ୍କର ନବମ ବୈଠକ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଂପର୍କିତ ବକେୟା ଥିବା ଆବେଦନ/ନିବେଦନ ପତ୍ରଗୁଡ଼ିକ ଉପରେ ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂ ପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା ।
ଏହି ବୈଠକରେ କମିଟିର ସଭ୍ୟଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.