Odisha Link
Bridging the Missing Links in Odisha

ଫିଲିପାଇନ୍ସ କିଣିବ ଭାରତର ‘ବ୍ରହ୍ମୋସ’ ମିସାଇଲ

ନୂଆଦିଲ୍ଲୀ : ଋଷିଆ ପରେ ଏବେ ଫିଲିପାଇନ୍ସ କିଣିବ ଭାରତର ସୁପରସୋନିକ କ୍ରୁଜ ବ୍ରହ୍ମୋସ ମିସାଇଲ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏ ନେଇ ଦୁଇ ଦେଶର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଏ ସଂପର୍କରେ ବ୍ରହ୍ମସ ଏରୋସ୍ପେଶର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣ ପାଠକ ସୂଚନା ଦେଇଛନ୍ତି।ଗତ ଡିସେମ୍ବର ମାସରେ ଫିଲିପାଇନ୍ସର ପ୍ରତିରକ୍ଷା ସଚିବ ଡେଲଫିନ ଲୋରେଞ୍ଜିନା କହିଥିଲେ ଯେ ତାଙ୍କ ଦେଶ ୨୦୨୦ ପ୍ରାରମ୍ଭରେ ଭାରତରୁ ୨ଟି ବ୍ୟାଟେରି ବ୍ରହ୍ମୋସ ମିସାଇଲ କିଣିବ। ଏହି ମିସାଇଲ ପାଇବା ପରେ ନିଜ ଦେଶ ପ୍ରତି ଆସୁଥିବା ବିପଦର ସଫଳ ମୁକାବିଲା କରିବ ବୋଲି ଫିଲିପାଇନ୍ସ ସେନା ଆଶା କରୁଛି।

ଚୀନ ସହ ଫିଲିପାଇନ୍ସର ସୀମା ବିବାଦ ଥିବାରୁ ଚୀନ ପଟୁ ଆକ୍ରମଣର ବିପଦ ଆଶଙ୍କା କରୁଛି ଫିଲିପାଇନ୍ସ । ଏଥିପାଇଁ ଭାରତଠାରୁ ବ୍ରହ୍ମୋସ ମିସାଇଲ କିଣିବାକୁ ଚାହୁଁଛି। କିନ୍ତୁ ଋଷିଆ ଓ ଚୀନ ମଧ୍ୟରେ ସାମରିକ ରାଜନାମା ଥିବାରୁ ଚୀନର ଶତ୍ରୁଦେଶକୁ ବ୍ରହ୍ମୋସ ବିକ୍ରିକରିବା ପାଇଁ ଋଷିଆର ଅନୁମତି ଆବଶ୍ୟକ ଥିଲା ।ଏଥିପାଇଁ ଋଷିଆ ଅନୁମତି ଦେଇସାରିଥିବାରୁ ଏହି ବିକ୍ରି ନେଇ କୌଣସି ପ୍ରତିବନ୍ଧକ ନାହିଁ। ଭାରତରୁ ବ୍ରହ୍ମୋସ ମିସାଇଲ କିଣିବା ପାଇଁ କେବଳ ଫିଲିପାଇନ୍ସ ନୁହେଁ ଦକ୍ଷିଣ-ପୂର୍ବ ଏସିଆର ଆଉ କେତେକ ଦେଶ ଯଥା ଇଣ୍ଡୋନେସିଆ, ଭିଏତନାମ ଆଦି ଆଗ୍ରହ ପ୍ରକାଶ କରିଥିବା ବେଳେ ପଶ୍ଚିମ ଏସିଆର କେତେକ ଦେଶ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି।

Comments are closed.