Odisha Link
Bridging the Missing Links in Odisha

ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମାନଯୋଗଡ୍ୟାମ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଖବର ପାଇ ଆଠମଲ୍ଲିକ ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, କିଶୋରନଗର ଅଞ୍ଚଳରେ ଥିବା ମାନଯୋଗଡ୍ୟାମ୍‌ ନିକଟରେ ଏକ ମୃତଦେହ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସ୍ଥାନୀୟ ଲୋକ ନିକଟସ୍ଥ ଆଠମଲ୍ଲିକ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ଅଞ୍ଚଳଟି କିଶୋରନଗର ଥାନା ପୋଲିସ ଅଞ୍ଚଳରେ ଯାଉଥିବାରୁ ଆଠମଲ୍ଲିକ ପୋଲିସ କିଶୋର ନଗର ଥାନା ପୋଲିସକୁ ଖବର ଦେଇଥିଲା। ପରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହର ପରିଚୟ ମିଳିପାରିନାହିଁ।
କିଛି ଦିନ ତଳେ ନିଖୋଜ ହୋଇଥିବା ଅଙ୍ଗନଓ୍ବାଡୀ ପାଚିକା ସହାୟକଙ୍କ ମୃତଦେହ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି। କାହିଁକି ମୃତଦେହ ମିଳିଥିବା ସ୍ଥାନରୁ ହିଁ ମହିଳା ଜଣଙ୍କ ନିଖୋଜ ହୋଇଥିଲେ। ତେବେ ଘଟଣାରେ ଅଧିକ ଛାନଭିନ୍‌ ପାଇଁ ଢେଙ୍କାନାଳରୁ ଏକ ସାଇଣ୍ଟିଫିକ୍‌ ଆସୁଥିବାର ସୂଚନା ମିଳିଛି।

Comments are closed.