Odisha Link
Bridging the Missing Links in Odisha

ଦୁଇ ଓଡ଼ିଆ ଆଦିବାସୀ ଅତିଥି ଦେଖିବେ ଦିଲ୍ଲୀ ପରେଡ

ଭୁବନେଶ୍ୱର: ଆଉ ଦିନକ ପରେ ସାରା ଦେଶ ପାଳନ କରିବ ୭୧ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ଦୁଇ ଓଡ଼ିଆ ଆଦିବାସୀ ଅତିଥି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ଗ୍ରାମପଂଚାୟତର ହାତୀସହି ଗାଁର ଗଙ୍ଗାଧର ହେମ୍ବ୍ରମ ଓ ବେତନଟୀ ବ୍ଲକ ସନ୍ତରା ପଂଚାୟତ ହୁତାପୁର ଗାଁର ଜାପାନୀ ମାଝୀ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ଦୁଇ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଅଛି।

Comments are closed.