Odisha Link
Bridging the Missing Links in Odisha

ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କରିବେ ରାଜ୍ୟପାଳ, ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ବଦଳିଲା ରାଜ୍ୟର ସାଧାରଣତନ୍ତ୍ର ଦିବସର ରୂପରେଖ। ଦିଳ୍ଲୀ ଢାଞ୍ଚାରେ ଏଥର ଭୁବନେଶ୍ବରରେ ପରେଡ ଅନୁଷ୍ଠିତ ହେବ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ।

ଦିଲ୍ଲୀରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବା ଭଳି ରାଜ୍ୟରେ ରାଜ୍ୟପାଳ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଜାନୁଆରୀ ୨୬ରେ ଏଥର କଟକରେ ଆଉ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସେହି ସମୟରେ ଭିଆଇପି ଏନ୍‌କ୍ଲୋଜରରେ ବସିବେ।

ଜାତୀୟସ୍ତରରେ ପାଳନ ହେଉଥିବା ସାଧାରଣତନ୍ତ୍ର ଦିବସ ଭଳି ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଳନ ହେବ। ଏହି ପରେଡ୍‌ରେ ଏଥର ୧୨୦ ଟେରିଟୋରିଆଲ ଆର୍ମି, CRPF, RPF ଭଳି ୩ଟି କେନ୍ଦ୍ରୀୟ ସଂସ୍ଥାର ଟ୍ରୁପ୍‌ ଭାଗ ନେବେ । କେନ୍ଦ୍ରରେ NSG କମାଣ୍ଡୋ ଭଳି ରାଜ୍ୟସ୍ତରୀୟ ପରେଡ୍‌ରେ SOG ପରେଡ୍ ପ୍ରଦର୍ଶନ କରିବେ ।

Comments are closed.