Odisha Link
Bridging the Missing Links in Odisha

ରେଳ ଧାରଣା କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ରେଳ ଧାରଣା କଡରୁ ଯୁବକଙ୍କ ଉଦ୍ଧାର ଉଦ୍ଧାର କରାଯାଇଛି। ମୃତ ଯୁବକ ବାଦାମପାହାଡ ଥାନା ସୁଲିଦୁମା ଗ୍ରାମର ବୀରସିଂ ମୁର୍ମୁ। ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରଲୋକ। ଘଟଣାର ତଦନ୍ତ କରୁଛି ପୋଲିସ।
ମିିଳିଥିବା ସୂଚନା ଅନୁସାରେ, ଟାଟା- ବାଦାମପାହାଡ ଟ୍ରେନ୍ ଲାଇନ୍ କେଶରଗଡିଆ ଧାରଣା କଡରୁ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ରାତିରେ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଥିଲା।
ପରିବାର ଲୋକ କିନ୍ତୁ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି। ଗତକାଲି ଜାନମ ଘୁଟୁ ଯାତ୍ରାରୁ ଯୁବକ ନିଖୋଜ ଥିବାରୁ ପରିବାର ଲୋକେ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି।

Comments are closed.