Odisha Link
Bridging the Missing Links in Odisha

ପ୍ରଥମ ଟି-୨୦: ଟସ୍‌ ଜିତିଲା ଟିମ୍‌ ଇଣ୍ଡିଆ, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ଆଜି ଇଡେନ ପାର୍କରେ ମୁହାଁମୁହିଁ ହେବ ଭାରତ-ନ୍ୟୁଜିଲାଣ୍ଡ। ଆଜି ଟିମ୍‌ ଇଣ୍ଡିଆ ବର୍ଷର ପ୍ରଥମ ମ୍ୟାଚ ବିଦେଶ ମାଟିରେ ଖେଳିବ। ପ୍ରଥମ ଟି-୨୦ରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆ ପ୍ରଥମେ ଫିଲଡିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଘରୋଇ ଦଳ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାାଟିଂ କରିବ। ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ କୁଳଦୀପ ଯାଦବ, ନଭଦୀପ ସୈନି, ସଞ୍ଜୁ ସାମସନ, ରିଷଭ ପନ୍ତ ଓ ୱାଶିଂଟନ ସୁନ୍ଦର ଖେଳୁନାହାନ୍ତି। ସେହିପରି ଅଷ୍ଟ୍ରେଲିଆ ସିରିଜ ପରି ଏଥର କେଏଲ ରାହୁଲ ହିଁ ୱିକେଟ କିପିଂ କରିବେ। ଶୁଭମ ଦୁବେଙ୍କୁ ସୁଯୋଗ ମିଳିଛି। ଭାରତ ପକ୍ଷରୁ ୩ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମି ଖେଳୁଛନ୍ତି।

ଭାରତୀୟ ଟିମ୍: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ରବିନ୍ଦ୍ର ଜାଡେଜା, ଶିଭମ ଦୁବେ, ଶର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ଜଶପ୍ରୀତ ବୁର୍ମା, ୟୁଜବେନ୍ଦ୍ର ଚହଲ ।

Comments are closed.