Odisha Link
Bridging the Missing Links in Odisha

ସାଧାରଣତନ୍ତ୍ର ଦିବସ: କେଉଁଠି କିଏ କରିବେ ପତାକା ଉତ୍ତୋଳନ, ଜାଣନ୍ତୁ…

ଭୁବନେଶ୍ବର: ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ୨୦ଟି ସ୍ଥାନରେ ମନ୍ତ୍ରୀମାନେ କରିବେ ପାତାକା ଉତ୍ତୋଳନ କରିବା ବେଳେ କିଛି ସ୍ଥାନରେ ସ୍ଥାନୀୟ ଆର୍‌ଡିସି ଓ ଜିଲ୍ଲାପାଳମାନେ ପତାକା
ଉତ୍ତୋଳନ କରିବା କାର୍ଯ୍ୟକ୍ରମ ରହିଛି। ଜାଣନ୍ତୁ କେଉଁଠି କିଏ କରିବେ ପତାକା ଉତ୍ତୋଳନ।

କଟକ: ମନ୍ତ୍ରୀ ନିରଞ୍ଜନ ପୂଜାରୀ
ସୁବର୍ଣ୍ଣପୁର: ମନ୍ତ୍ରୀ ବିକ୍ରମ କେଶରୀ ଆରୋଖ
ସୁନ୍ଦରଗଡ଼: ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ
ସମ୍ୱଲପୁର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କେନ୍ଦୁଝର: ମନ୍ତ୍ରୀ ପଦ୍ମନାଭ ବେହେରା
ପୁରୀ: ମନ୍ତ୍ରୀ ପ୍ରତାପ ଜେନା
ଗଞ୍ଜାମ: ମନ୍ତ୍ରୀ ଅରୁଣ କୁମାର ସାହୁ
ବାଲେଶ୍ୱର: ମନ୍ତ୍ରୀ ସୁଦାମ ମାରାଣ୍ଡି
ଅନୁଗୋଳ: ମନ୍ତ୍ରୀ ସୁଶାନ୍ତ ସିଂହ
କଳାହାଣ୍ଡି: ମନ୍ତ୍ରୀ ନବ ଦାସ
ରାୟଗଡ଼ା: ମନ୍ତ୍ରୀ ଟୁକୁନି ସାହୁ
ଜଗତସିଂହପୁର: ମନ୍ତ୍ରୀ ଜଗନ୍ନାଥ ସାରକା
ଯାଜପୁର: ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର
ଢେଙ୍କାନାଳ: ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
ନୟାଗଡ଼: ମନ୍ତ୍ରୀ ସମୀର ରଞ୍ଜନ ଦାଶ
ବଲାଙ୍ଗିର: ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ନବରଙ୍ଗପୁର: ମନ୍ତ୍ରୀ ପ୍ରେମାନନ୍ଦ ନାୟକ
ମୟୂରଭଞ୍ଜ: ମନ୍ତ୍ରୀ ରଘୁନନ୍ଦନ ଦାସ
ଗଜପତି: ମନ୍ତ୍ରୀ ପଦ୍ମିନୀ ଦିଆନ୍
ମାଲକାନଗିରି: ମନ୍ତ୍ରୀ ତୁଷାରକାନ୍ତି ବେହେରା

ସେହିପରି ବ୍ରହ୍ମପୁର ଓ ରାଉରକେଲାରେ ସେଠାକାର ଆର୍‌ଡିସିମାନେ ପତାକା ଉତ୍ତୋଳନ କରିବେ ଏବଂ ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୂଆପଡାରେ ଜିଲ୍ଲାପାଳମାନେ ପାତାକା ଉତ୍ତୋଳନ କରିବେ।

Comments are closed.