Odisha Link
Bridging the Missing Links in Odisha

ଆତ୍ମହତ୍ୟା କଲେ ‘ଦିଲ ତୋ ହେ ହାପି ହାପି’ ସିରିଏଲର ଅଭିନେତ୍ରୀ

ମୁମ୍ବାଇ : ଟେଲିଭିଜନର ବହୁ ଚର୍ଚିତ ଅଭିନେତ୍ରୀ ସେଜଲ ଶର୍ମାଙ୍କ ଆଜି ଦେହାନ୍ତ ହୋଇଯାଇଛି । ସେ ମୁମ୍ବାଇ ସ୍ଥିତର ମୀରା ରୋଡ଼ରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ପୋଲିସକୁ ଘଟଣା ସ୍ଥଳରୁ ଏକ ସୂଈସାଇଡ ନୋଟ ବି ମିଳିଛି । ନୋଟରେ ଆତ୍ମହତ୍ୟାର କାରଣ ସମ୍ପୂର୍ଣ ବ୍ୟକ୍ତିଗତ ବୋଲି ଦର୍ଶାଯାଇଛି । ଖବର ପ୍ରସାରଣ ପରେ ମୀରା ରୋଡ଼ର ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି ।

ସେଜଲ ଷ୍ଟାର ପ୍ଲସରେ ପ୍ରସାରିତ ହୋଇଥିବା ଦିଲ ତୋ ହାପି ହେ ସିରିଏଲରୁ ଲୋକପ୍ରିୟତା ହାସଲ କରିଥିଲେ । ଟେଲିଭିଜନ ଜଗତର ଆଉ ଜଣେ ପ୍ରତିଷ୍ଠିତ ଅଭିନେତା କୁଶଳ ପଂଜାବୀ ବି ନିକଟରେ ହିଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ସୂତ୍ର ଅନୁଯାୟୀ ସେଜଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଦିନ ହେବ ଗଭୀର ଚିନ୍ତିତ ଥିଲେ । ମୃତ୍ୟୁ ପୂର୍ବଦିନ ଗୁରୁବାର ରାତିରେ ବି ସେ ନିଜ ସାଙ୍ଗ ସାଥୀଙ୍କ ସହ ଡେରି ରାତି ଯାଏଁ କଥା ହେଇଥିଲେ ।

ସେଜଲ ୧୯୮୯ ମସିହା ଅକ୍ଟୋବର୨୨ ଜଲନ୍ଦର ଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ଅମୀର ଖାଁଙ୍କ ସହ ଭିଭୋ ଫୋନ ବିଜ୍ଞାପନରେ ମଧ୍ୟ କାମ କରିଥିଲେ।

Comments are closed.