Odisha Link
Bridging the Missing Links in Odisha

ପୁଣି ରାଜଧାନୀରୁ ୧୨୪ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ଧରା ପଡିଲା ଧଳାଜହର। ବ୍ରାଉନସୁଗାର ବିକ୍ରି କରିବା ବେଳେ ୨ ଛାତ୍ରଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ବ୍ରାଉନସୁଗାର ବେପାରୀ ଭୁବନେଶ୍ୱରକୁ ସେଫ ସ୍ଥାନ ଭାବୁଥିବା ବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି। ଭୁବନେଶ୍ୱରରୁ ବାରମ୍ବାର ବ୍ରାଉନସୁଗାର ଜବତ ହେଉଥିବା ବେଳେ ଆଜି ପୁଣି ଖବର ପାଇ ବାଣୀ ବିହାର ସୈନିକ ସ୍କୁଲ ରାସ୍ତାରୁ ଜଣେ ବେପାରୀ ଠାରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କଇକ ଆକ୍ସନ ଟମ। ଏହି ଘଟଣାରେ ବୁଧିଆ ଖାନ ନାମକ ଜଣେ ବ୍ରାଉନସୁଗାର ମାଫିଆକୁ ଗିରଫ କରାଯାଇଛି। ଏତିକି ନୁହେଁ ପୁଣି ଚନ୍ଦ୍ରଶେଖରପୁର ଥାନା ପୋଲିସ ବ୍ରାଉନସୁଗାର ବିକ୍ରି କରିବା ବେଳେ ୨୪ ଗ୍ରାମ ବ୍ରାଉନସୁଗାର ସହ ୨ ଛାତ୍ରଙ୍କୁ ଗିରଫ କରିଛି।

ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିବା ୨ ଛାତ୍ର ମଧ୍ୟରେ ଜଣେ ଡିପ୍ଲୋମା ଇଂଜିନିୟରିଂ ଛାତ୍ର ଥିବା ବେଳେ ଅନ୍ୟ ଜଣେ ଗ୍ରାଜୁଏସନ ଛାତ୍ର ବୋଲି ଜଣାପଡ଼ିଛି। ୨ଛାତ୍ରଙ୍କ ଠାରୁ ବାଇକ ଜବତ ହୋଇଛି। ଗିରଫ ହୋଇଥିବା ୧୨୪ ଗ୍ରାମ ବ୍ରାଉନସୁଗାରର ମୂଲ୍ୟ ୧୦ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

Comments are closed.