Odisha Link
Bridging the Missing Links in Odisha

ବବିଙ୍କର ରୋମାଞ୍ଚକ ପ୍ରେମ ସମ୍ପର୍କ ,ଆସନ୍ତୁ ଜାଣିବା

ମୁମ୍ବାଇ : ବଲିଉଡ ଷ୍ଟାର ବବି ଦେୱାଲ ଆଜି ୫୧ ବର୍ଷ ବୟସରେ ପାଦ ଦେଇଛନ୍ତି । ୧୯୬୯ ମସିହା ଜାନୁଆରି ୨୭ତାରିଖ ଦିନ ମୁମ୍ବାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ବବି ଜଣେ ଶିଶୁ କଳା କାର ଭାବରେ ନିଜ ପିତା ଙ୍କ ସିନେମା ‘ଧରମ ବିର’ ରେ କାମ କରିଥିଲେ ।  ୧୯୯୫ ରେ ସିନେମା ‘ବରସାତ’ଜରିଆରେ ବବି ହିରୋ ଭୂମିକାରେ ବଲିଉଡରେ ଏଣ୍ଟ୍ରି କରିଥିଲେ।

ତାଙ୍କର ଅନେକ ସିନେମା ଫ୍ଲପ ହେବା ସହ ବିଫଳତା ମଧ୍ୟ ସାମନା କରିବାକୁ ପଡିଥିଲା। କିନ୍ତୁ ତାଙ୍କର ଅନେକ କେତେ ଗୁଡ଼ିଏ ସିନେମା ହିଟ୍ ହେବା ସବ ତାଙ୍କୁ ସଫଳତା ମଧ୍ୟ ଦେଇଥିଲା । ସେଗୁଡ଼ିକ ହେଲା ‘ଗୁପ୍ତ’ ‘ସୋଲଜର’ ଏବଂ ‘ଅଜନବୀ’ । ବବି ନିଜର ସିନେମା କ୍ୟାରିଅରରେ ଅନେକ ସିନେମାରେ ଅଭିନୟ କରିଛନ୍ତି । କିନ୍ତୁ ଯେତେଶିଘ୍ର ସେ ଉପରକୁ ଉଠିଥିଲେ ସେତେ ଶିଘ୍ର ମଧ୍ୟ ସେ ତଳକୁ ଖସିଯାଇଥିଲେ। ଅନେକ ଦିନର ବ୍ୟବଧାନ ପରେ ବବି ଦେଓଲ ସୁପର ଷ୍ଟାର ସଲମାନ ଖାନଙ୍କ ସହିତ ‘ରେସ ୩’ ନଜର ଆସିଥିଲେ।

ବବି ୧୯୯୬ ମସିହାରେ ତାନ୍ୟାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବବି ତାଙ୍କର ପ୍ରଫେସନାଲ ଲାଇଫ ଛଡା ନିଜର ବ୍ୟକ୍ତିଗତ ଜୀବନକୁ ଭଲଭାବରେ ମ୍ୟାନେଜ କରୁଥୁବାର ସମସ୍ତେ ଜାଣନ୍ତି।ନିଜର ବଡ ଭାଇ ସନୀ ଦେଓଲଙ୍କୁ ବବି ବହୁତ ସମ୍ମାନ ଦେଇଥାନ୍ତି। ବବି ନିଜ ଜନ୍ମ ଦିବସ ପାଳିତ କରିବା ସମୟରେ ନିଜ ପ୍ରେମ କାହାଣୀ ବିଷୟରେ କହିଥିଲେ।

ଆସନ୍ତୁ ଜାଣିବା ବବି ଓ ତନ୍ୟାଙ୍କ ପ୍ରାମ କାହିଣୀ ….

ବବି , ତାନ୍ୟାଙ୍କୁ ମୁମ୍ବାଇ ସ୍ଥିତ ଇଟାଲୀୟନ ହୋଟେଲରେ ପ୍ରଥମେ ଦେଖିଥିଲେ କିନ୍ତୁ ତନ୍ୟା ,ବବି ଦେଖି ନଥିଲେ । କିନ୍ତୁ ବବି ତନ୍ୟାଙ୍କ ପ୍ରେମରେ ପଡ଼ି ଯାଇଥିଲେ ।ଏହା ପରେ ବବି ଖବର ସଂଗ୍ରହ କରିଥିଲେ ଯେ ଏହି ଝିଅ ଜଣଙ୍କ କିଏ ଅଟନ୍ତି? ଭାଗ୍ୟବସତ ବବିଙ୍କୁ ତାନ୍ୟାଙ୍କର ଖବର ମିଳିଯାଇଥିଲା।ଜଣାଇବାକୁ ଚାହୁଁଛୁ ଯେ ତାନ୍ୟା ଫାଇନାନ୍ସ କମ୍ପାନୀର ମ୍ୟାନେଜର ଦେବ ଆହୁଜାଙ୍କର ଝିଅ ଥିଲେ। ଏହାର ପରେ ବବି ତାନ୍ୟାଙ୍କର ଫୋନ ନମ୍ବର ମଧ୍ୟ ହାସଲ କରିବା ଆରମ୍ଭ କରିଥିଲେ।ଏହା ପରେ ବବିଙ୍କୁ ତାନ୍ୟାଙ୍କର ଫୋନ ନମ୍ବର ମିଳିଯାଇଥିଲା।

 ଧୀରେ-ଧୀରେ ଦୁଇ ଜଣଙ୍କ କଥାବାର୍ତା ମଧ୍ୟରେ ପ୍ରେମ ସମ୍ପର୍କର ରୂପନେଇଥିଲା।ପରେ ପୁଣି ଥରେ ଦୁଇ ଜଣ ସେହି ହୋଟେଲରେ ଦେଖା ହୋଇଯାଇଥିଲେ।ଯେଉଁଠାରେ ବବି ପ୍ରଥମ ଥର ପାଇଁ ତାନାୟଙ୍କୁ ଦେଖିଥିଲେ।

ବବି ହୋଟେଲର ଏକ ବଲ ଉପରେ ବସି ତାନ୍ୟାଙ୍କୁ ବିବାହ ପାଇଁ ପ୍ରପୋସ କରିଥିଲେ ଏହାଇ ଜବାବରେ ତାନ୍ୟା ହଁ କହିଥିଲେ। ଉଭୟ ବବି ଏବଂ ତାନ୍ୟା ନିଜ ଘରେ କହିଥିଲେ । ତାପରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଯାଇଥିଲେ । ତେବେ ବବିଙ୍କ ଅଭିନୀତ ସିନେମା ହାଉସ୍ ଫୁଲ ୪ ହିଟ୍ ହୋଇଥିଲେ ଓ ସେ ସେଥିରେ ଧରମ ପୁତ୍ର ଚରିତ୍ରରେ ଅଭିନୟ କରିଥିଲେ ।

Comments are closed.