Odisha Link
Bridging the Missing Links in Odisha

ଋଷଭ ପନ୍ଥ କେବଳ କୁହନ୍ତି, ହେଲେ କରନ୍ତି କେଏଲ ରାହୁଲ: ବୀରେନ୍ଦ୍ର ସେହଓ୍ବାଗ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହଓ୍ବାଗ ଓ୍ବିକେଟ କିପିର ବ୍ୟାଟସମ୍ୟାନ ଭାବେ ଖୁବ ଭଲ ପ୍ରଦର୍ଶନ କରୁଥିବା କେଏଲ ରାହୁଲଙ୍କୁ ପ୍ରଶଂସା କରିଛନ୍ତି। ଅନ୍ୟପଟେ ନିୟମତି ଓ୍ବିକେଟ କିପର ବ୍ୟାଟସମ୍ୟାନ ଭାବେ ଦଳରେ ସ୍ଥାନ ପାଉଥିବା ଋଷଭ ପନ୍ଥଙ୍କ ଉପରେ ବର୍ଷିଛନ୍ତି ବୀରେନ୍ଦ୍ର ସେହଓ୍ବାଗ। ସେ କହିଛନ୍ତି ଯେ, କେଏଲ ରାହୁଲଙ୍କ ଠାରୁ ଋଷଭ ପନ୍ଥଙ୍କୁ ବହୁତ କିଛି ଶିଖିବାର ଅଛି। ଏଥିସହିତ ସେ କହିଛନ୍ତି ଯେ, ଋଷଭ ପନ୍ଥ କେବଳ ପରିସ୍ଥିତି ଦେଖି ଖେଳିବା ନେଇ କହି ଜାଣନ୍ତି ହେଲେ କେଏଲ ରାହୁଲ ତାହା କରିକି ଦେଖାନ୍ତି।

ଗତକାଲି ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚ ପରେ କ୍ରିକବଜ ସହ ସାକ୍ଷାତକାରରେ କହିଛନ୍ତି ଯେ, ମୋତେ କେଏଏ ରାହୁଲଙ୍କ ବ୍ୟାଟିଂ ଦେଖି ବହୁତ ଖୁସି ଲାଗିଲା। କାରଣ ୨ୟ ମ୍ୟାଚରେ ୫୦ ବଲରେ ୫୭ ରନ କରିଛନ୍ତି ସେହିପରି ପ୍ରଥମ ମ୍ୟାଚରେ ୨୦୪ରନର ଟାର୍ଗେଟ ଚେଜ କରିବାକୁ ଥିବା ବେଳେ ୨୫ଟି ବଲରେ ୫୨ ରନ କରିଥିଲେ। ଏହାଫଳରେ ଜଣାପଡ଼ୁଛି ଯେ କେଏଲ ରାହୁଲ ପରିସ୍ଥିତିକୁ ଦେଖି ଖେଳିଥାନ୍ତି ହେଲେ ଋଷଭ ପନ୍ଥ କେବଳ କହିଥାନ୍ତି ଯେ ପରିସ୍ଥିତି ସହ ଖେଳୁଛି।

Comments are closed.