Odisha Link
Bridging the Missing Links in Odisha

ଫେରୁଛନ୍ତି ଦେବୋଲିନା

ମୁମ୍ବାଇ : ବିଗ୍ ବସ ଘରେ ସବୁ ପ୍ରତିଯୋଗୀ ନିଜର ଅବସ୍ଥିତିର ଜାହିର କରିବାରେ ଲାଗିଛନ୍ତି । ପରସ୍ପରକୁ ଟକ୍କର ଦେବାରେ ଲାଗିଛନ୍ତି ପ୍ରତିଯୋଗୀ । ତେବେ , ଆଗକୁ ‘ବିଗ୍‌ ବସ୍‌’ରେ ଫ୍ୟାମିଲି ୱିକ୍‌ ଆସିବାକୁ ଯାଉଛି। ଏଥିରେ ପ୍ରତିଯୋଗୀମାନଙ୍କର ପରିବାର, ସମ୍ପର୍କୀୟ କିମ୍ବା ବନ୍ଧୁମାନେ ଏଣ୍ଟ୍ରି କରିବେ। ଏମାନେ ଘରକୁ କେବଳ ବୁଲିବାକୁ ଆସିବେ ନାହିଁ। ଏମାନେ ବିବି ହାଉସ୍‌ରେ ୩ ରୁ ୪ ଦିନ ରହିବେ ଓ ଏହାପରେ ପୁଣି ଫେରିଯିବେ।

ସୂଚନା ଅନୁଯାୟୀ, ‘ବିଗ୍‌ ବସ୍‌’ ଘରକୁ ପୁଣିଥରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଦେବୋଲିନା ଭଟାଚାର୍ଜୀ।ପୂର୍ବରୁ ଦେବୋଲିନା ବିବି ହାଉସ୍‌ର ସଦସ୍ୟ ଥିଲେ। ହେଲେ ଟାସ୍କ କରିବା ସମୟରେ ତାଙ୍କ ଅଣ୍ଟାରେ ଆଘାତ ଲାଗିବାରୁ ତାଙ୍କୁ ଅଧାରୁ ଶୋ’ ଛାଡ଼ିବାକୁ ପଡ଼ିଥିଲା।

https://www.instagram.com/p/B7z9C0kA8Y-/?utm_source=ig_embed

ସିଦ୍ଧାର୍ଥ ଶୁକ୍ଲାଙ୍କ ପାଇଁ ବିକାଶ ଗୁପ୍ତା, ଶେହେନାଜ୍‌ ଗିଲ୍‌ଙ୍କ ପାଇଁ ତାଙ୍କ ଭାଇ ଶାହବାଜ୍‌ ବାଦଶାହ, ଅସୀମ ରିୟାଜଙ୍କ ପାଇଁ ଏକ୍ସ ପ୍ରତିଯୋଗୀ ହିମାଂଶୀ ଖୁରାନା, ଆରତୀ ସିଂହଙ୍କ ପାଇଁ ତାଙ୍କ ଭାଉଜ କଶ୍ମିରା ଶାହ ଓ ବିଶାଲ୍‌ ଆଦିତ୍ୟ ସିଂହଙ୍କୁ ସପୋର୍ଟ କରିବା ପା‌ଇଁ ତାଙ୍କ ଭାଇ କୃଣାଲ୍ ଶୋ’ରେ ଏଣ୍ଟ୍ରି କରିବେ।

ଏଭଳି ଟ୍ୱିଷ୍ଟ ବିବି ହାଉସ୍‌ରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି। ତେବେ ମାହିରା ଓ ପାରସଙ୍କ ପାଇଁ କିଏ ଆସିବେ, ସେ ବିଷୟରେ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ ।