ଅରାଜକ ତତ୍ବ ବିରୋଧରେ ଭୋଟ ଦେବେ ଦିଲ୍ଲୀବାସୀ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଆମ୍ ଆଦମୀ ତଥା ତଥାକଥିତ କଂଗ୍ରେସ ଭଳି ଦଳ ଦିଲ୍ଲୀରେ ତଥା ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି। ଏଠାକାର ଜନତା ଏଥର ସାଇନ୍ବାଘ୍ ଭଳି ଅରାଜକ ତତ୍ୱ ବିରୋଧରେ ଭୋଟ ଦେବା ପାଇଁ ମନ ବନାଉଛି। ଚଳିତଥର ଦିଲ୍ଲୀରେ ବିଜେପିର ସରକାର ହେବ ବୋଲି ନୂଆଦିଲ୍ଲୀର ବିଭିନ୍ନ ଅଂଚଳରେ ନିର୍ବାଚନ ପ୍ରଚାର ବେଳେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ୍ ଆଦମି ଦଳ କେବଳ ନକରାତ୍ମକ ପ୍ରସଙ୍ଗ ଉଠାଉଛି। ଦିଲ୍ଲୀର କୌଣସି ବିକାଶ ବା ସକରାତ୍ମକ ପ୍ରସଙ୍ଗ ଦଳ ପାଖରେ ନାହିଁ। ଦିଲ୍ଲୀ ଦେଶର ରାଜଧାନୀ ହୋଇଥିଲେ ମଧ୍ୟ ଗତ ୫ ବର୍ଷରେ ଯେପରି ବିକାଶ ହେବା କଥା ହୋଇନାହିଁ। ଦେଶରେ ବିକାଶଶୀଳ ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହେଲା ପରେ ମଧ୍ୟ ଦିଲ୍ଲୀ ପଛୁଆ ରହିଛି । ସିଏଏକୁ ବିରୋଧ କରିବା ଭଳି ଲୋକମାନେ ମଧ୍ୟ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରୁଥିବାର ଦେଖାଯାଇଛି। ଏହି କାରଣରୁ ଦଳ ଉପରେ ଦିଲ୍ଲୀବାସୀ ଅତିଷ୍ଠ ଅଛନ୍ତି। ସେ କହିଛନ୍ତି ଯେ ଆମ୍ ଆଦମୀ ଦଳ ସାଧାରଣ ଜନତାଙ୍କର ଭରସା ହରାଇ ସାରିଛି। ଦିଲ୍ଲୀରେ ଖରାପ ପାଣି କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିବା ଦେଖାଯାଇଛି। ବିଜୁଳି ଦେବାରେ ଅବସ୍ଥା ଦେଖାଯାଇଛି। ମିଛ କଥାରେ ଲୋକଙ୍କୁ ଅଧିକ ସମୟ ବୋକାଯାଇପାରିବ ନାହିଁ। ଚଳିତ ନିର୍ବାଚନରେ ଅରାଜକତା ବିରୋଧୀରେ ଦିଲ୍ଲୀବାସୀ ଏହି ନିର୍ବାଚନରେ ଭୋଟ ଦେବେ। ଦିଲ୍ଲୀର ନାଗରିକମାନେ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରୁଛନ୍ତି ଏବଂ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ ବଳାଇଛନ୍ତି।
ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ବିଜେପିର ବିଜୟ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିଲ୍ଲୀରେ ବିଜେପି ସରକାର ହେଲେ ଅସ୍ଥାୟୀ ଗରିବ ଲୋକଙ୍କୁ ସ୍ଥାୟୀ ଦିଆଯିବା ନେଇ ମୋଦି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଦିଲ୍ଲୀରେ ଗରିବ ଶ୍ରେଣୀର ଲୋକମାନେ ବିଜେପିକୁ ସମର୍ଥନ କରିବାର ଉତ୍ସାହ ଦେଖାଯାଇଛି । ଦିଲ୍ଲୀରେ ଜଗନ୍ନାଥଙ୍କ ଅନୁଯାୟୀମାନଙ୍କର ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ବଢିଛି ଏବଂ ସେମାନେ ମୋଦିଙ୍କ ଅନୁଯାୟୀକୁ ଭୋଟ ଦେଇ ଜିତାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।