ବାର୍ଡଫ୍ଲୁ ଭୟ: ୯୧୫ କୁକୁଡ଼ା ମାରି ପୋତିଲେଣି ରାପିଡ୍ ରେସ୍ପନ୍ସ ଟିମ୍

ଭୁବନେଶ୍ବର: ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ପ୍ରଥମେ ଓୟୁଏଟି ଫାର୍ମରେ ଥିବା ୭୯୮ ଲେୟର କୁକୁଡ଼ାକୁ ମିଶାଇ ମୋଟ୍ ୯୨୨ଟି ପକ୍ଷୀଙ୍କୁ ମାରି ପୋତି ଦେଇଛନ୍ତି ରାପିଡ ରେସପନ୍ସ ଟିମ୍। ଏହାସହ କୁକୁଡ଼ା ଫାର୍ମର ୧୨ଶହ ୨୫ଟି ଅଣ୍ଡା, ୨୩ ଶହ ୫୦ କିଲୋଗ୍ରାମ କୁକୁଡା ଦାନାକୁ ପୋତି ଦିଆଯାଇଛି ।
ଓୟୁଏଟିର ୧ କିଲୋମିଟର ରେଡିଅସ ଭିତରେ ସମୁଦାୟ ୯୧୫ଟି କୁକୁଡ଼ା ଓ ୭ଟି ବତକ ମାରି ପୋତିଛି ରାପିଡ ରେସପନ୍ସ ଟିମ୍। ଏହାସହ ୪ ହଜାର ୬୩୧ ଅଣ୍ଡା, ୨ ହଜାର ୩୫୭ କିଲୋ କୁକୁଡା ଖାଦ୍ୟ ଏବଂ କୁକୁଡା ଖାତରେ ପୋତାଯାଇଛି।
କୁକୁଡ଼ା ଦୋକାନୀ ଓ ଚାଷୀଙ୍କ କ୍ଷତିପୂରଣ ଦିଆଯାଇଛି। ବ୍ରଏଲର ଚିଆଁ ପିଛା ୨୦ ଟଙ୍କା, ବ୍ରଏଲର କୁକୁଡ଼ା ପ୍ରତି ୭୦ ଟଙ୍କା, ଲେୟର କୁକୁଡ଼ା ପ୍ରତି ୯୦ ଟଙ୍କା, ବତକ ପ୍ରତି ୧୩୫ ଟଙ୍କା, ଅଣ୍ଡାପ୍ରତି ୩ ଟଙ୍କା, କୁକୁଡା ଦାନା କିଲୋ ପିଛା ୧୨ ଟଙ୍କା ହିସାବରେ କ୍ଷତିପୂରଣ ଦିଆଯାଇଛି। ଓୟୁଏଟି କୁକୁଡା ଫାର୍ମରେ ମୋଟ୍ ୧୭ ହଜାର ୮୮୭ ଟଙ୍କା ପ୍ରଦାନ କରାଯାଇଛି। ବାର୍ଡ ଫ୍ଲୁ ଯେପରି ଅଧିକ ସଂକ୍ରମଣ ନହେବ ସେଥିପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନନ୍ଦନକାନନ ପକ୍ଷୀ ଉଦ୍ୟାନର ଅନେକ ପକ୍ଷୀଙ୍କ ଲାଳ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ଭୁନେଶ୍ବରରେ ଥିବା ଅନ୍ୟ ଚିକେନ୍ ସେଣ୍ଟର ଓ କୁକୁଡ଼ା ଫାର୍ମଗୁଡ଼ିକରୁ ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡିଛି।