Odisha Link
Bridging the Missing Links in Odisha

କରୋନା ଭାଇରସ୍‌: ଗଲାଣି ୧୭୦ ଜୀବନ

ବେଜିଙ୍ଗ୍‌: ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ୍‌ ଭୂତାଣୁ। ଚୀନରେ ମୃତ୍ୟୁର ତାଣ୍ଡବ ରଚୁଛି ଏହି ଭାଇରସ୍। କରୋନା ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପୁଥିବା ହେତୁ ବର୍ତ୍ତମାନ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୧୭୦ କୁ ବୃଦ୍ଧି ହେଲାଣି। ଏହି ଭାଇରାସ୍‌ରେ ୭୭୦୦ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ନେଇ ଆଜି ଚୀନ୍‌ର ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସଂକ୍ରମଣ ଯୋଗୁ ପାଖାପାଖି ୧୩୭୦ ଜଣ ବ୍ୟକ୍ତିଙ୍କ ସ୍ବାସ‌୍ଥ୍ୟବସ୍ଥା ସାଙ୍ଘାତିକ ଭାବେ ଅସୁସ୍ଥ ଥିବାବେଳେ ୧୨୧୬୭ ଜଣ ଏଥିରେ ଆକ୍ରାନ୍ତ ଅଛନ୍ତି ।

ସାରା ବିଶ୍ୱରେ ଆତଙ୍କ ଖେଳାଇଛି କୋରୋନା ଭାଇରସ। ଚୀନ ସମେତ ୩୦ ରାଷ୍ଟ୍ର ପାଇଁ ବଡ ବିପଦ ସାଜିଛି କୋରୋନା ଭୂତାଣୁ। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ କହିଛି ହୋମିଓପାଥିରେ କୋରୋନା ଭାଇରସର ସଂକ୍ରମଣକୁ ରୋକି ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୟଙ୍କର ରୋଗ ପାଇଁ ସାରା ପୃଥିବୀରେ ଔଷଧ ବାହାରି ପାରିନାହିଁ । ତେବେ ସେଣ୍ଟ୍ରାଲ କାଉନସିଲ ଫର ରିସର୍ଚ ଇନ୍ ହୋମିପାଥିର ପରାମର୍ଶଦାତା ବୈଠକ ହୋଇଥିଲା ଏବଂ ଏହି ବୈଠକ ପରେ ସଂକ୍ରମଣକୁ ହୋମିଓପାଥି ଚିକିତ୍ସାରେ ରୋକିହେବ ବୋଲି ଘୋଷଣା କରାଯାଇଛି ।

Comments are closed.